ଯୁକ୍ତ ୩ ସ୍ପଟ୍‌ ଆଡ୍‌ମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ପକାଇ ପାରିବେ ଆବେଦନପତ୍ର

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ଅଧୀନରେ ରହିଥିବା ସମସ୍ତ ଡିଗ୍ରୀ କଲେଜରେ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ ଆଡ୍‌ମିଶନ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ନଭେମ୍ବର ୯ରେ ଖାଲିଥିବା ସିଟ୍‌ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯିବ ଏବଂ ଛାତ୍ରଛାତ୍ରୀମାନେ ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ଡ୍ରପ୍‌ବକ୍ସରେ ଆବଦନପତ୍ର ପକାଇ ପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ନଭେମ୍ବର ୨୧ରେ ଆଡ୍‌ମିଶନ୍‌ ଫି ଡ଼ିପୋଜିଟ୍‌ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ନଭେମ୍ବର ୨୩ରେ ଆଡ୍‌ମିଶନ୍‌ ଡାଟା ଅପ୍‌ଲୋଡ୍‌ ହେବା ନେଇ ସୂଚନା ଦିଆଯାଇଛି ।

Leave A Reply

Your email address will not be published.