csstore

୩୨ଟି ସ୍ଥାନରେ ୧୪୪ ଧାରା ଲାଗୁ

ଢେଙ୍କାନାଳ, (ତାପସ ଦାସ) : ରାଜ୍ୟରେ କରେନା ଏବଂ ଓମିକ୍ରନ ସଂକ୍ରମଣ ବଢିବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୨ଟି ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜାନୁଆରୀ ୩୧ ଯାଏଁ ଏହା ବଳବତର ରହିବ, ପ୍ରସିଦ୍ଧ ଶୈବ ପୀଠ କପିଳାଶର ଚନ୍ଦ୍ରଶେଖର ଅଶ୍ୱ ଖୋଲା ସିଧ୍ୟ ଗଣେଶ, ମହିମାଗାଦି ଯୋରନ୍ଦା, ଦୌଡେ ସ୍ୱର ମହାଦେବ ଢେଙ୍କାନାଳ ସିଧ୍ୟ ବଳରାମ ମନ୍ଦିର ତପୋବନ ମହିମା ପୀଠ, ସପ୍ତଶଯ୍ୟାର ରାମଚନ୍ଦ୍ର ମନ୍ଦିର, ବଡନାଗେନା ନାଗେନାଥେଶ୍ୱର, ଗଙ୍ଗାଧର ପ୍ରସାଦ, ପଞ୍ଚିମେସ୍ୱର ଆମ୍ବନାଳି ଦର୍ତ୍ତା ତ୍ରେୟ ସାଇ ଆଶ୍ରମ, ମା ଦକ୍ଷିଣ କାଳୀ, ମା ବ୍ରାହ୍ମଣି, ଓଡାପଡା ବ୍ଲକ ନାଧରା ସ୍ଥିତ ଶ୍ରୀ ରାମଚଣ୍ଡୀ କନଙ୍କେଶ୍ୱର, ମହାଦେବ, ଜୀବନଖୋଲା ମନ୍ଦିର, ଭୁବନ ବ୍ଲକ ବୁର୍ଧେଶ୍ବର, କଙ୍କଡା ହାଡ଼ର ଦଣ୍ଡାଧର ଜଳଭଣ୍ଡାର, ପରଜଙ୍ଗ ବ୍ଲକର କୁଆଲୋ ସ୍ଵପ୍ନେଶ୍ଵର ସରାଙ୍ଗ ସ୍ଥିତ ଅନନ୍ତ ସ୍ୱୟନ, ଦାଦରାଘାଟି, ଜଲଭଣ୍ଡାର, ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ଶିବ ମନ୍ଦିର, ୧୪୪ ଧାରା ଜାରି କରାଯାଇଥିବା ବେଳେ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.