csstore

ବନ ବିଭାଗର ଚଢାଉ : ୧୦ ଲକ୍ଷର ସାଗୁଆନ କାଠ ଓ ଉଡକାରଭିଙ୍ଗ ମେସିନ ଜବତ

ନୂଆପଡ଼ା, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ ସଦର ଗ୍ରାମ ଜଣଙ୍କ ଘରେ ବେଆଇନ ସାଗୁଆନ କାଠରେ ଫର୍ନିଚର ନିର୍ମାଣ ଚାଲିଥିବା ବେଲେ ବନ ବିଭାଗ ମଙ୍ଗଲବାର ଦିନ ଚଢାଉ କରିଛି । ପ୍ରାପ୍ତ ଖବର ଅନୁସାରେ ଏଠାରେ ଏକବର୍ଷରୁ ଅଧିକ ଦିନହେବ ବେଆଇନ ଭାବେ ସାଗୁଆନ କାଠରେ ଫର୍ନିଚର ତଥା ପଲଙ୍କ, କବାଟ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରି କରାଯାଉଥିଲା । କୌଣସି ସୁତ୍ରରୁ ବନ ବିଭାଗ ଖବର ପାଇଁ ଖଡିଆଳ ଏସିଏଫ ମହମ୍ମଦ ମୁସଥପା ସାଲିଆଙ୍କ ନେତୃତ୍ବରେ ଏକ ଟିମ ସହ ଚଢାଉ କରି ସେଠାରୁ ୨ ଟ୍ରିପ ଟ୍ରାକ୍ଟର ସାଗୁଆନ କାଠ ଓ ଫର୍ନିଚର ତିଆରି ଉଡକାର ଭିଙ୍ଗ ମେସିନ ଜବତ କରିଛି । ଉଭୟ ସାମଗ୍ରୀର ଅନୁମାନିକ ମୁଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଅନ୍ୟପଟେରେ ବେଆଇନ ଭାବେ କାମ କରୁଥିବା ବେପାରୀ ଫେରାର୍ ଥିବା ପ୍ରକାଶ ପାଇଛି । ଏନେଇ ଅଧିକ ସୂଚନା ପାଇଁ ଏସିଏଫଙ୍କୁ ପଚାରିବାରୁ ଚଢାଉର କାର୍ଯ୍ୟ ଚାଲିଛି ଶେଷ ହେଲାପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି କହିଛନ୍ତି । ଏହି ଚଢାଉରେ ସିନାପାଲି ବନାଞ୍ଚଳ ଅଧିକାରୀ ଜୟଦେବ ମାଝୀ, ଫରେଷ୍ଟର ଖଗେଶ୍ୱର ମାଝୀ, ଦୁର୍ଯ୍ୟୋଧନ ଦିକ୍ଷିତ, ଗୋପାଳ ମହାନନ୍ଦ, ରଂଜନ ସାହୁ, ସୁଦାମ ବାଗ, ରମା ରଂଜନ ରାଉତ ସହ ଖଡିଆଳ, କୋମନା, ନୂଆପଡା, ସିନାପାଲି ବନ ବିଭାଗର କର୍ମଚାରୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.