csstore

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଉି । ଦିଲ୍ଲୀଠାରେ ଆୟୋଜିତ ଓଡିଶା ପରବରେ ବଲାଙ୍ଗିରରୁ ନକୁଳ ଭୁଜା, ରବି ଚା ଦୋକାନ ଏବଂ କୋଶଳ ଫୋକ ଏକାଡେମୀର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରି ସେଠାରେ ଉପସ୍ଥିତ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ଉପସ୍ଥିତ ଅତିଥିମାନଙ୍କ ଠାରୁ ଭୁରି ଭୁରି ପ୍ରଶଂସା ସାଉଁଟି ବଲାଙ୍ଗିର ମାଟିର ଗୌରବ ବଢ଼ାଇଛନ୍ତି । ସେଥିପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ରତନ ମହାରଣା, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ରଶ୍ମି ରଞ୍ଜନ ପଟ୍ଟନାୟକ, ନବଘନ ଦାସ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ସଂଯୋଜନା କରିଥିବା ବେଳେ ସଭାପତି ମୁକେଶ ପଧାନ, ସମ୍ପାଦକ ବୁଲୁ ମହାକୁର, ୟୁଥ ଏକ୍ସନ କମିଟି ସଭାପତି ବିନୋଦ କଲସଏ, ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଶତପଥି, ସମଲେଇ ମନ୍ଦିର କମିଟିର ବିକାଶ ସା, ବୀରେନ୍ଦ୍ର ସାହୁ, ତପନ ଜାଲ, ପ୍ରିୟା ମିଶ୍ର, ସୁନିତା ବେହେରା, ଶିବାନୀ ଜାଲ, ଶିବାନୀ ମହାପାତ୍ର, ମନୋଜ ଖମାରି, ଶୁଭ୍ରାନ୍ତ ନନ୍ଦ, ରଜତ ପଧାନ, ଅରୁଣ ନାଏକ, ସୋନୁ ମହାକୁର, ରାଜେଶ ପଧାନ, ଘନ ପଶୟତ, ପଞ୍ଚା ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ମହିଳା ଶାଖାର ସଭାପତି ରୂପା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.