om academy

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ

jsm

ନୂଆଦିଲ୍ଲୀ : ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ । ତେବେ ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆଜି ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କୁ ଘୋଷଣା କରିଛି । ଗାନ୍ଧିନଗରରେ ବିଜେପି ବିଧାନସଭା ଦଳର ବୈଠକ ପରେ ଏହି ଘୋଷଣା କରାଯାଇଛି । ଭୁପେନ୍ଦ୍ର ପଟେଲ ଗୁଜରାଟର ଘାଟଲୋଡିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି । ଭୂପେନ୍ଦ୍ର ପଟେଲ୍‌ଙ୍କ ସବୁଠୁ ବଡ ରାଜନୈତିକ ଉପଲବ୍ଧି ହେଉଛି ୨୦୧୭ ବିଧାନସଭା ନିର୍ବାଚନ । ସେ ଘାଟଲୋଦିଆ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ କଂଗ୍ରେସର ଶଶିକାନ୍ତ ପଟେଲ୍‌ଙ୍କୁ ଏକ ଲକ୍ଷ ୧୭ ହଜାର ବିପୁଳ ବ୍ୟବଧାନ ଭୋଟ୍‌ରେ ପରାସ୍ତ କରିଥିଲେ ।

Leave A Reply

Your email address will not be published.