csstore

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଆମେରିକା ଚିନ୍ତିତ, ୩ ହଜାର ସୈନିକ ପଠାଇବାକୁ ନିର୍ଦ୍ଦେଶ

ୱାଶିଙ୍ଗ୍‌ଟନ୍‌ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଚିନ୍ତିତ ଉତ୍ତର ଆଟ୍‌ଲାଣ୍ଟିକ୍‌ ସନ୍ଧି ସଂଗଠନ(ନାଟୋ) ସହଯୋଗୀ ମାନଙ୍କ ପ୍ରତି ଆମେରିକା ପ୍ରତିବଦ୍ଧତା ଦର୍ଶାଇ ପେଣ୍ଟାଗନ୍‌ ପୋଲେଣ୍ଡରେ ଆହୁରି ୩ ହଜାର ସୈନିକ ପଠାଉଛି । ପୋଲେଣ୍ଡରେ ୧୭୦୦ ସୈନିକ ପୂର୍ବରୁ ମୁତୟନ ହୋଇଛନ୍ତି । ଆମେରିକାର ଜଣେ ବରିଷ୍ଠ ରକ୍ଷା ଅଧିକାରୀ କହିଛନ୍ତି ଯେ, ଅତିରିକ୍ତ ସୈନିକ ଆଗାମୀ କିଛିଦିନ ଭିତରେ ଉତ୍ତର କେରୋଲାଇନ୍‌ର ଫୋଟ୍‌ର୍ ବ୍ରେଗ୍‌ରୁ ବାହାରିବେ ଏବଂ ଆସନ୍ତା ସପ୍ତାହର ଆରମ୍ଭ ପର୍ୟ୍ୟନ୍ତ ପୋଲେଣ୍ଡରେ ପହଂଚିବେ ଏହି ସୈନିକ ମାନଙ୍କୁ ମିଶନ ପ୍ରଶିକ୍ଷଣ ଦେବାକୁ ହେବ ଏବଂ ଯୁଦ୍ଧ ରୋକିବାକୁ ପଡ଼ିବ । କିନ୍ତୁ ୟୁକ୍ରେନ୍‌ ଲଢେ଼ଇରେ ଏମାନେ ସାମିଲ ହେବେ ନାହିଁ ।

ଏହି ଉପରୋକ୍ତ ଘୋଷଣାର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେ଼ନ୍‌ଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିୱନ୍‌ ୟୁକ୍ରେନ୍‌ରେ ରହୁଥିବା ସମସ୍ତ ଆମେରେକୀୟ ନାଗରିକ ମାନଙ୍କୁ ସଚେତନ କରି କହିଥିଲେ ଯେ, ସେମାନେ ଯଥାଶୀଘ୍ର ୟୁକ୍ରେନ୍‌ ଛାଡ଼ି ଦିଅନ୍ତୁ । ସେ ଆହୁରି କହିଥିଲେ ଯେ, ରୁଷ୍‌ ରାଷ୍ଟ୍ରପତି ବ୍ଲାଦିମୀର୍‌ ପୁତିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ କୌଣସି ମୁହୂର୍ତ୍ତରେ ବି ଆଦେଶ ଦେଇପାରନ୍ତି ।

jayashree
Leave A Reply

Your email address will not be published.