pakka

ଅରୁଣାଚଳ ପ୍ରଦେଶରେ ମୋଦୀ ଉଦ୍‌ଘାଟନ କଲେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗ ‘ସେଲା ଟନେଲ’

bbehera

ଇଟାନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିଶ୍ୱର ସବୁଠାରୁ ଲମ୍ବା ଟନେଲ ‘ସେଲା ଟନେଲ’ର ଉଦ୍‌ଘାଟନ କରିଛନ୍ତି । ସମୁଦ୍ର ପତନରୁ ୧୩୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ତିଆରି କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଏହି ସୁଡ଼ଙ୍ଗ ଉପରେ ତୁଷାରପାତର କୌଣସି ପ୍ରଭାବ ପଡ଼ିବ ନାହିଁ । ଚୀନ୍ ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶରେ ଏହି ସୁଡ଼ଙ୍ଗ ଖୁବ୍ ଶୀଘ୍ର ତୱାଙ୍ଗ ସେକ୍ଟରର ଆଗୁଆ ଅଞ୍ଚଳରେ ପହଞ୍ଚିବାରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହି ଟନେଲ ଏଲ୍‌ଏସିରେ ଭାରତୀୟ ସେନାର କ୍ଷମତା ବୃଦ୍ଧି କରିବ । ଏହା ଦ୍ୱାରା ଭାରତୀୟ ସେନା ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହେବ । ଏହାବ୍ୟତୀତ ସୁରକ୍ଷା ସହିତ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ମଧ୍ୟ ହେବ ।

Leave A Reply

Your email address will not be published.

seven − one =