ଆସିଗଲା କରୋନା ଟୀକା, ଆସନ୍ତା ସପ୍ତାହରୁ ବ୍ରିଟେନରେ ଟୀକାକରଣ ଆର‌ମ୍ଭ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବିଶ୍ୱ ଶେଷରେ ଏହାର ଟୀକା ପାଇଛି । ବ୍ରିଟେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର / ବାୟୋ ଏଣ୍ଟେକ୍ କରୋନା ଭାଇରସ୍ ଟୀକାକୁ ବ୍ରିଟେନ୍‌ ସବୁଜ ପତାକା ଦେଖାଇଛି । ବ୍ରିଟେନ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠାରେ ପ୍ରଥମେ କରୋନା ଟୀକା ଆରମ୍ଭ କରାଯିବ । ବ୍ରିଟିଶ ନିୟାମକ ଏମ୍‌ଏଚ୍‌ଆର୍‌ଏ କହିଛି ଯେ, ଏହି ଟୀକା କରୋନା ଭୂତାଣୁ ବିରୁଦ୍ଧରେ ୯୫% ପର୍ୟ୍ୟନ୍ତ ସୁରକ୍ଷା ଯୋଗାଇବ ଏବଂ ନିରାପଦ । ଉଚ୍ଚ ପ୍ରାଥମିକତା ଗୋଷ୍ଠୀରେ ରହିଥିବା ଲୋକମାନେ ଆସନ୍ତା ସ‌ପ୍ତାହରେ ଟୀକା ପାଇବେ ।

ରିପୋର୍ଟ ହୋଇଛି ଯେ, ଏହି ଟୀକା ପ୍ରାୟ -୭୦ସି. ରେ ରଖାଯିବ ଏବଂ ସ୍ୱତନ୍ତ୍ର ବାକ୍ସରେ ରଖାଯିବ । ଏହା ଶୁଖିଲା ବରଫରେ ପ୍ୟାକ୍ ହେବ । ଥରେ ବିତରଣ ହେବା ପରେ ଏହାକୁ ପାଞ୍ଚ ଦିନ ପାଇଁ ଏକ ରେଫ୍ରିଜରେଟର୍‌ରେ ଗଚ୍ଛିତ କରାଯାଇପାରିବ । ବ୍ରିଟେନ ପୂର୍ବରୁ ୪୦ ନିୟୁତ ଡୋଜ ଅର୍ଡର କରିସାରିଛି, ଯାହା ୨୦ ନିୟୁତ ଲୋକଙ୍କୁ ଟୀକା ଦେବା ପାଇଁ ଯଥେଷ୍ଟ । ପ୍ରତ୍ୟେକ ନାଗରିକଙ୍କୁ ଦୁଇଟି ଟୀକା ଦିଆଯିବ । କୌଣସି ବି ରୋଗ ପାଇଁ ପ୍ରସ୍ତୁତ ହେଉଥିବା ଟୀକା ଭିତରେ ଏହି ଟୀକା ଅତି ଶୀଘ୍ର ତିଆରି ହୋଇଛି ।

କୌଣସି ଟୀକା ତିଆରି କରିବାକୁ ଅତିକମରେ ୧୦ ମାସରୁ ଏକ ଦଶନ୍ଧି ସମୟ ଲାଗେ । ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦିଓ ଟୀକାକରଣ ଶୀଘ୍ର ଆରମ୍ଭ ହୋଇପାରେ, ତଥାପି ଲୋକମାନେ ସଜାଗ ରହିବା ଏବଂ ବିସ୍ତାରକୁ ରୋକିବା ପାଇଁ କରୋନା ଭୂତାଣୁ ନିୟମ ପାଳନ କରିବା ଆବଶ୍ୟକ ।

Leave A Reply

Your email address will not be published.