pakka

ଆଗାମୀ ଦିନରେ ଭାରତ ବିଶ୍ୱରେ ସୁପର୍‌ ପାୱାର୍ ହେବ : ବାଲିଆ ବଳିଦାନ ଦିବସରେ କହିଲେ ସିଏମ୍ ଯୋଗୀ

bbehera

ଲଖ୍‌ନଉ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପାଞ୍ଚଟି ସଂକଳ୍ପ ସହିତ କତ୍‌ର୍ତ୍ତବ୍ୟ ରାସ୍ତାରେ ଆଗକୁ ବଢ଼ିବାକୁ ଆହ୍‌ହ୍ୱାନ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ବିଶ୍ୱର ଏକ ମହାଶକ୍ତି ହେବ । ସିଏମ୍‌ ଯୋଗୀ ଶୁକ୍ରବାର ଦିନ ‘ବାଲିଆ ବଳିଦାନ ଦିବସ’ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ପାଞ୍ଚଟି ସଂକଳ୍ପ ପୂରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟମନ୍ତ୍ରୀ ସିଏମ୍ ଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଦେଶର ନାଗରିକମାନଙ୍କୁ ୫ଟି ସଂକଳ୍ପ ଦେଇଛନ୍ତି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ତ୍ତବ୍ୟରେ ଆଗକୁ ବଢ଼ିବେ, ତେବେ ନିଶ୍ଚିତ ଭାବେ ଭାରତ ବିଶ୍ୱର ଏକ ମହାଶକ୍ତି ହେବ । ଭବିଷ୍ୟତରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ ହେବ । ସେ ଦାବୀ କରିଛନ୍ତି, “ଆଜି ସମସ୍ତେ କୌଣସି ଭେଦଭାବ ନକରି ଏହି ଯୋଜନାର ଲାଭ ପାଇଛନ୍ତି । ପ୍ରତ୍ୟେକ ଗରିବ ଲୋକଙ୍କୁ ଘର, ଶୌଚାଳୟ ଏବଂ ରାସନ ସହିତ ଲାଭଦାୟକ ଯୋଜନାର ଲାଭ ଦିଆଯାଉଛି । ସିଏମ୍‌ ଯୋଗୀ ସ୍ୱାଧୀନତା ସଂଗ୍ରାମରେ ବାଲିଆଙ୍କ ଗର୍ବିତ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ।

jay balangir
Leave A Reply

Your email address will not be published.

three × three =

error: Content is protected !!