ଭାରତର ଉତ୍ତର ସୀମାରେ ୬୦ ହଜାର ଚୀନ୍‌ ସୈନିକ ମୁତୟନ

ୱାଶିଂଟନ୍‌ : ଏଲଏସିରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ସୀମାର ଏବେ ଚୀନ ୬୦ ହଜାର ସୈନ୍ୟ ମୁତୟନ କରିଛି । ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଆ ଏହା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁବେଳେ ଚୀନ ପକ୍ଷରୁ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଛି । ଚାରି ଦେଶର ବିଦେଶ ମନ୍ତ୍ରୀମାନେ ଗତ ମଙ୍ଗଳବାର ଦିନ ଟୋକିଓରେ ସାକ୍ଷାତ ଆଲୋଚନା କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ପରେ ଏହା ପ୍ରଥମ ସାକ୍ଷାତ ଆଲୋଚନା ହୋଇଥିବା ବେଳେ ଚାରୋଟି ଦେଶର ଏହି ବୈଠକ ହିନ୍ଦ-ପ୍ରଶାନ୍ତ, ଦକ୍ଷିଣୀ ଚୀନ ସାଗର ଏବଂ ପୂର୍ବୀ ଲଦ୍ଦାଖରେ ଏଲ୍‌ଏସି ଅଂଚଳରେ ଚୀନର ଆକ୍ରାମକ ଢାଂଚାରେ ସୈନ୍ୟ ମୁତୟନ ହେଉଥିବା ଭିତରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.