pakka

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ, ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତକୁ ମିଳିଲା ଏହି ସଫଳତା

bbehera

ଟୋକିଓ : ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ । ଗୋଟିଏ ଦିନରେ ଭାରତକୁ ମିଳିଲା ଡବଲ ମେଡାଲ । ଟୋକିଓରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା କମାଲ୍‌ ଦେଖାଇଛନ୍ତି । ଜାଭେଲିନରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ବାଜିମାତ୍‌ କରିଛନ୍ତି ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁର କୃଷକ ପରିବାରର ୨୩ ବର୍ଷିୟ ପୁଅ ନୀରଜ । ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ । ଏଥିସହିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

nineteen − sixteen =