pakka

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ ବ୍ୟାଙ୍କରେ ପେନ୍‌ସନ୍‌ ସୁବିଧା ପାଇଁ ଦାବୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି ପାଖେ ନିଜ ଦରମା ପାଇଥିବା ଅର୍ଥରେ ଘର ଖଣ୍ଡିଏ କରି ରହୁଛି । ବିଳମ୍ବରେ ଗୋଟିଏ ଝିଅ ପାଇଲି, ତାକୁ ଜିଲ୍ଲା ବାହାରେ ବାହା ଦେଲି । ବର୍ତ୍ତମାନ ହାତ ଗୋଡ଼ ଚଳୁନାହିଁ । ପେନ୍‌ସନ୍‌ ଟଙ୍କା ଉଠାଇବାକୁ ଦୀର୍ଘ ୧୫ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି । ପାଖେ କେହି ବି ସାହାରା ନାହାନ୍ତି । ମାସିକ ଥରେ ୪ଚକିଆ ଗାଡ଼ି ଭଡା କରି ପେନ୍‌ସନ୍‌ ଟଙ୍କା ଆଣି ଯିବାକୁ ପଡ଼ୁଛି । ତେଣୁ ହଜାରେ ଟଙ୍କା ଗାଡ଼ି ବାବଦରେ ଖର୍ଚ୍ଚ ହେଉଛି ବୋଲି କହୁଛନ୍ତି ଦେଓଗାଁ ଡାକବଙ୍ଗଳାରେ କାମ କରି ଅବସର ନେଇଥିବା ଶୁକଦେବ ଭୋଇ ।

ଶୁକ ଭୋଇ କହିଲେ ଦେଓଗାଁ ବ୍ଳକ ଓ ଗୁଡ଼ଭେଲା ବ୍ଳକର ଅଞ୍ଚଳର କାହାକୁ ଅଛପା ନାହିଁ । ୧୦ ବର୍ଷ ପୂର୍ବରୁ ଦେଓଗାଁ ଡାକ ବଙ୍ଗଳାର ଚୌକିଦାର ଭାବେ କାମ କରୁଥିବା ବେଳେ ବଲାଙ୍ଗିର ଜିଳ୍ଲାର ଅନେକ ଅଧିକାରୀଙ୍କ ସଷ୍ପର୍ଶରେ ଆସିଥିଲେ ଶୁକ । ବର୍ତ୍ତମାନ ଖଟରେ ପଡ଼ି ରହୁଛନ୍ତି । ତାଙ୍କ ପେନ୍‌ସନ୍‌ ଟଙ୍କା କିପରି ଭାବେ ନିକଟସ୍ଥ ଷ୍ଟେଟବ୍ୟାଙ୍କରୁ ପାଇବେ ସେଥିପାଇଁ ଅନୁରୋଧ କରି ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ପାରୁନି ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଗାଁ ଗାଁରେ ବ୍ୟାଙ୍କ ଘର । ସିଏସ୍‌ସି ଜରିଆରେ ଟଙ୍କା ଜମା ଓ ଉଠାଣ ଅତି ସହଜରେ ହେଉଛି । ଦିନକୁ ଦିନ ବାର୍ଦ୍ଧକ୍ୟ ଯୋଗୁଁ ପୂର୍ବ ପରି ନିଜ ଦସ୍ତଖତ ଆଉ ସମାନ ହେଉ ନାହିଁ । ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । କେବଳ ଶୁକ ନୁହେଁ ଆହୁରି ଅନେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ଖରାପ ହୋଇ ପଡ଼ୁଛି । ତେଣୁ ନିକଟସ୍ଥ ବ୍ୟାଙ୍କରୁ ପେନ୍‌ସନ୍‌ ଉଠାଇବା ସୁବିଧା ଦେଲେ ଉପକୃତ ହେବେ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

two × 2 =