ସୈନିକଙ୍କ ପାଇଁ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କାର ଉଡ଼ାଜାହାଜ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ଶେୟାର୍‌ କରି ମୋଦୀ ସରକାରରେ ସୈନିକମାନଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ଯେଉଁ ଭିଡ଼ିଓ ଶେୟାର୍‌ କରିଛନ୍ତି ଏଥିରେ ଟ୍ରକ୍‌ ଭିତରେ ବସିଥିବା କିଛି ସୈନିକ‌ ନିଜ ନିଜ ଭିତରେ କଥାବାର୍ତ୍ତା ହେବା ସହ ସେମାନଙ୍କୁ ନନ୍‌-ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ପଠାଯିବାର ଅଭିଯୋଗ କରୁଛନ୍ତି । ଏହି ଭିଡିଓକୁ ଟ୍ୱିଟ୍‌ କରି ରାହୁଲ୍‌ ଗାନ୍ଧୀ ବକ୍ରୋକ୍ତି ପ୍ରଦାନ କରିଛନ୍ତି ଯେ, ଆମର ସୈନିକ‌ମାନଙ୍କୁ ନନ୍‌-ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍‌ ଯୋଗେ ସହୀଦ ହେବାକୁ ପଠାଯାଉଛି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ୮,୪୦୦ କୋଟିର ଉଡ଼ାଜାହାଜ…. କ’ଣ ଏଇଟା ନ୍ୟାୟ?

Leave A Reply

Your email address will not be published.