pakka

ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ

bbehera

ପାରାଦୀପ : ପାରାଦୀପ ଭୂତମୁଣ୍ଡାଇ ଗ୍ରାମରେ ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ ଲାଗିଯିବା ଫଳରେ ୧୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋଟ ଥିବା ବେଳେ ଗତକାଲି ପୋଲିଂ ପାର୍ଟି ବସ୍ ଯୋଗେ ଯାଉଥିଲେ । ଭୂତମୁଣ୍ଡାଇ ଗ୍ରାମ ମଝିରେ ଥିବା ଏକ ଇଲେକ୍ଟ୍ରି ତାର ବସର ଉପର ଭାଗରେ ଲାଗି ଯାଇଥିଲା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକ ବିଦ୍ୟୁତ ତାରକୁ କାଢି ଦେବାରୁ ବସଟି ଅଧିକ କ୍ଷତିଗ୍ରସ୍ତ ହୋଇ ନଥିବା ବେଳେ ସମସ୍ତ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବିଡିଓ, ତହସିଲଦାର ଓ ଦମକଳ ବାହିନୀ ପହଞ୍ଚି ଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

four + fourteen =