pakka

କୋଭିଡକୁ ଏଡାଇବା ପାଇଁ ଜଣେ ବ୍ୟକ୍ତି ବିଷାକ୍ତ ସାପକୁ ଖାଇବା ପରେ ଗିରଫ ହୋଇ ୭ ହଜାର ଟଙ୍କା ଜରିମାନା ଦେଲେ

bbehera

ଚେନ୍ନାଇ : ତାମିଲନାଡୁରେ ସାପ ଖାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ୭ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ସପ୍ତାହେ ପୂର୍ବରୁ, ସୋସିଆଲ ମିଡିଆରେ ୫୦ ବର୍ଷ ବୟସ୍କ ଭାଡିଭେଲ ବିଷାକ୍ତ ସାପ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ଅନୁଯାୟୀ, ଅନଲାଇନରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ କୋଭିଡ -୧୯ ପାଇଁ ସାପ ଏକ ଭଲ ପ୍ରତିକାର ବୋଲି ଦାବୀ କରୁଥିବା ଶୁଣିବାକୁ ମିଳିଥିଲା । ଭାଡିଭେଲଙ୍କୁ ଗୁରୁବାର ବନ ବିଭାଗ ଗିରଫ କରିଥିଲା । ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ପେରୁମାଲପାଟୀ ଗାଁର ଏହି ବ୍ୟକ୍ତିଙ୍କ କାରନାମା ଉପରେ ପରିବେଶବିତ୍‌ ମାନେ ସଚେତନ କରାଇବା ପରେ ଏହି ବ୍ୟକ୍ତିଙ୍କୁ ୭,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି । ଭାଡିଭେଲ କହିଛନ୍ତି ଯେ, ସେ ସାପକୁ କ୍ଷେତରେ ଧରି ଖାଇବା ପୂର୍ବରୁ ହତ୍ୟା କରିଥିଲେ ।

ତେବେ ମଦୁରାଇ ଜିଲ୍ଲା ଜଙ୍ଗଲ ଅଧିକାରୀ ଏସ ଆନନ୍ଦ ଭାରତ କହିଛନ୍ତି ଯେ, ଘଟଣା ସମୟରେ ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିଲେ ଏବଂ ଅନ୍ୟମାନେ ତାଙ୍କୁ ସାପ ଖାଇବାକୁ ଉତ୍ସାହିତ କରିଥିଲେ । ସୌଭାଗ୍ୟବଶତଃ ଭାଡିଭେଲ ସାପର ବିଷ ଗ୍ରନ୍ଥିକୁ କାମୁଡ଼ିନଥିଲେ । ଏହି ସାପ ହେଉଛି ଭାରତୀୟ ଉପମହାଦେଶର ମୂଳ ବିଷାକ୍ତ ସାପର ଏକ ପ୍ରଜାତି । ଏହାର ବିଷରେ ଶକ୍ତିଶାଳୀ ନ୍ୟୁରୋଟକ୍ସିନ୍ ଥାଏ, ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା ମଣିଷ ପାଇଁ ସାଂଘାତିକ ହୋଇପାରେ ।

jay balangir
Leave A Reply

Your email address will not be published.

1 + 8 =