ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ମୀରାବାଇ ଚାନୁ

କଲମ୍ବିଆ : ବିଶ୍ୱ ଚାମ୍ପିଅନସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି । ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି । ବିଶ୍ୱ ଚାମ୍ପିଅନସିପ୍‌ରେ ଏହା ମୀରାବାଇଙ୍କର ଦ୍ୱିତୀୟ ପଦକ । ମୀରାବାଇଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି କହିଛନ୍ତି, ମୀରାବାଇ ପୁଣି ଦେଶକୁ ଗର୍ବିତ କରିଛନ୍ତି ।

Leave A Reply

Your email address will not be published.

13 + 4 =