ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

କୋରୁକୋଣ୍ଡା : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍‌ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍‌ଟି ଦୃତଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍‌ ଛେଳିପଲ ରାସ୍ତା ଉପରକୁ ଚାଲି ଆସିଥିଲେ ।
କିନ୍ତୁ ଡ୍ରାଇଭର ଉକ୍ତ ଛେଳିମାନଙ୍କୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ୍‌ ମାରିଥିଲେ । ଫଳରେ ଗାଡ଼ିଟିି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ପଡ଼ିଥିଲା। ଖବର ପାଇ କୁଡୁମୁଲୁଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗି ନ ଥିବା କଥା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ପାଇଁ ଗାଡ଼ି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.

five + 20 =