pakka

ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡ. ଚନ୍ଦନା ରାଉଳଙ୍କ ଇଣ୍ଡିଆ ଗେଟ ନିକଟରେ ସାଂସ୍କୃତିକ ସମ୍ଭାରରେ ଓଡିଶୀ ନୃତ୍ୟ ପରିବେଷଣ

bbehera

ନୂଆଦିଲ୍ଲୀ, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆ ଗେଟ ନିକଟ କର୍ତ୍ତବ୍ୟପଥରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ପ୍ରଖ୍ୟାତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ସର୍ବପ୍ରଥମେ ମା’ ଦୁର୍ଗାଙ୍କ ଉପରେ ଆଧାରିତ ନବ ଦୁର୍ଗା ଓଡିଶୀ ନୃତ୍ୟ ପରିବେଷଣ କରି କର୍ତ୍ତବ୍ୟପଥକୁ ସ୍ୱାଗତ କରିଥିଲେ । ପରେ ରବୀନ୍ଦ୍ର ନାଥ ଟାଗୋରଙ୍କ ରଚିତ ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରି ପର୍ଯ୍ୟଟକମାନଙ୍କୁ ବେଶ ବିମୁଗ୍ଧ କରିଥଲେ । କାର୍ଯ୍ୟକ୍ରମରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିବା ବେଳେ ଏଥିରେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମାନେ ଯୋଗ ଦେଇଥିଲେ । ଅତିଥିମାନେ କାର୍ଯ୍ୟକ୍ରମକୁ ବେଶ ମନଭରି ଉପଭୋଗ କରିବା ସହ ଡକ୍ଟର ଚନ୍ଦନା ରାଉଳଙ୍କ ଅଦ୍ଭୁତପୂର୍ବ ଓଡ଼ିଶୀ ନୃତ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ବାସ୍ତବରେ ଭାରତୀୟ ତଥା ଓଡ଼ିଆ କଳା ସଂସ୍କୃତି, କେତେ ଯେ, ମହାନ ଏବଂ ସେଥିରେ କେତେ ମାଧୂର୍ଯ୍ୟ ଭରି ରହିଛି ଏହି ଓଡିଶୀ ନୃତ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ମତବ୍ୟକ୍ତ କରିଥିଲେ ପର୍ଯ୍ୟଟକ । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା କହିଛନ୍ତି, ଦିଲ୍ଲୀ ସେଣ୍ଟାଲ ଭିଷ୍ଟା ଇଣ୍ଡିଆ ଗେଟ ନିକଟ ରାଜପଥ ଜରାଜୀର୍ଣ୍ଣ ହୋଇଯାଉଥିବା ବେଳେ ତାକୁ ପୁନର୍ଜୀବିତ କରି ରାଜପଥକୁ କର୍ତ୍ତବ୍ୟପଥ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଐତିହାସିକ ପଦକ୍ଷେପ ପାଇଁ ବିଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । କର୍ତ୍ତବ୍ୟପଥ ଭଳି ଏକ ପଥରେ ସେ ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରିଛନ୍ତି । ସେ କହିଛନ୍ତି ଜଣେ ଓଡିଶୀ ନୃତ୍ୟାଙ୍ଗନା ଭାବେ ଓଡ଼ିଆ ତଥା ଭାରତୀୟ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ଦେଶ ତଥା ଓଡ଼ିଆ ଜାତି ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ରହିଛି, ସେ ଏହା କେବେ ହେଲେ ଭୁଲିବେ ନାହିଁ । ଏହି ଦିନ ତାଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଡକ୍ଟର ଚନ୍ଦନା କୋରାପୁଟ ଜିଲ୍ଲାର ଝିଅ ହୋଇଥିବାରୁ କୋରାପୁଟବାସୀ ଏଥିପାଇଁ ନିଜକୁ ଗର୍ବିତ ଅନୁଭବ କରିଛନ୍ତି । ଡକ୍ଟର ଚନ୍ଦନା ହେଉଛନ୍ତି ଜୟପୁର ନିବାସୀ ବିଲଡର ରଘୁନାଥ ରାଉଳଙ୍କ ସୁକନ୍ୟା ଏବଂ ବରିଷ୍ଠ ବିଜେଡି ନେତା ତଥା ବିଶିଷ୍ଟ ସମବାୟବିତ ରମାକାନ୍ତ ରାଉଳଙ୍କ ଭଉଣୀ ଅଟନ୍ତି ।

Leave A Reply

Your email address will not be published.

one × two =