pakka

ବଲାଙ୍ଗିର ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ୨ୟ ଗ୍ରାଜୁଏସନ୍‌ ସେରିମୋନି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି. ଏକାଡେମୀଠାରେ ଆଜି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ୨୦୧୯-୨୨ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍ ସେରିମୋନି ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ଅଧ୍ୟକ୍ଷ ପିତବାସ ପଣ୍ଡା, ବିଭାଗର ମୁଖ୍ୟ ଚେତନା ଅଗ୍ରୱାଲଙ୍କ ତତ୍ୱବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଅତିଥି ଭାବେ ମନରଞ୍ଜନ ସାହୁ ଓ ଶିବ ନନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କଲେଜମାନଙ୍କ ମଧ୍ୟରୁ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର କୁମାରୀ ଅଙ୍କିତା ପ୍ରଧାନ ଷଷ୍ଠ ସ୍ଥାନ ସହିତ କଲେଜ ଟପର ହୋଇଛନ୍ତି । ସେହିପରି କୁମାରୀ ମହକ ଗର୍କ ଦଶମ ସ୍ଥାନ ଅଧିକାର କରିଛନ୍ତି । ୨୦୨୦-୨୨ ଶିକ୍ଷା ବର୍ଷର +୨ ଛାତ୍ରଛାତ୍ରୀମାନେ ତାଙ୍କର ବାର୍ଷିକ ପରୀକ୍ଷାରେ ଉତ୍ତିନ୍ନ ହୋଇଥିବାରୁ ସେମାନଙ୍କୁ ମଧ୍ୟ ଶୁଭେଛା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

jay balangir
Leave A Reply

Your email address will not be published.

19 + nineteen =