ମୁମ୍ବାଇ : ସପିଙ୍ଗ୍‌ ମଲ୍‌ରେ ନିଆଁ

ମୁମ୍ବାଇ : ମୁମ୍ବାଇର ଏକ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନାଗପଡା ଅଚଂଳରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍‌ ଜନିତ ସର୍ଟସାର୍କିଟ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ରାତିରୁ ଏପର୍ଯ୍ୟନ୍ତ ନିଆଁ କୁ ଆୟତ୍ତ କରାଯାଇ ପାରିନାହିଁ । ଘଟଣା ସ୍ଥଳରେ ୮ଟି ଦମକଳ ପହଚିଂ ନିଆଁ ଲିଭା ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ ୩୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା କୁହାଯାଇଛି । ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ମୁମ୍ବାଇର ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ଶଶିକାନ୍ତ କାଲେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.