ପିଆଜ ଦରରେ ଲାଗିଛି ନିଆଁ, ହୁ ହୁ ବଢ଼ୁଛି ଦର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପିଆଜ ଦରରେ ଏବେ ଲାଗିଛି ନିଆଁ ଓ ହୁ ହୁ ହୋଇ ବଢ଼ି ଚାଲିଛି ଦର । ପିଆଜ ଦରବୃଦ୍ଧି ଏବେ ଲୋକଙ୍କୁ ଘାଇଲା କଲାଣି । ରାଜ୍ୟର କେତୋଟି ସହରରେ ଶହେ ଟଙ୍କାକୁ ଛୁଇଁଲାଣି ପିଆଜ ଦର । ସରକାର ବି ଏଥିରେ ଇତଃସ୍ତତ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁଁ ଗଚ୍ଛିତ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାଜ୍ୟ ସରକାର ବି ସମସ୍ତ ଜିଲ୍ଲାପାଳଙ୍କୁ ପିଆଜ ଦର ବୃଦ୍ଧି ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ସାଧାରଣରୁ ସାଧାରଣ ଲୋକେ ବି ପିଆଜ ବିନା ଚଳି ପାରୁନଥିବା ବେଳେ, ପିଆଜର ଅହେତୁକ ଦରବୃଦ୍ଧି ଏବେ କରୋନା ମାଡ଼ ଭଳି ଅନୁଭବ କଲେଣି ଜନତା ।

Leave A Reply

Your email address will not be published.