ମୁସଲମାନ ଜଗତରେ ଫ୍ରାନ୍ସ ବିରୋଧରେ ବୃଦ୍ଧି ପାଇଲା ଆକ୍ରୋଶ : ହଜାର ହଜାର ଲୋକ ବିଭିନ୍ନ ଦେଶରେ ରାସ୍ତାକୁ ଓ‌ହ୍ଲାଇଲେ

ଦୁବାଇ : ପାକିସ୍ତାନ, ଲେବାନନ୍ ଏବଂ ପାଲେଷ୍ଟାଇନ ଅଞ୍ଚଳ ସମେତ ଅନ୍ୟାନ୍ୟ ସ୍ଥାନରେ ଫ୍ରାନ୍ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଫ୍ରାନ୍ସର ରାଷ୍ଟ୍ରପତି ଭବିଷ୍ୟତ‌ବକ୍ତା ପେଂଗବର୍‌ଙ୍କ କାର୍ଟୁନ୍‌ ଛାପିବା ସଂପର୍କରେ ଅଭିବ୍ୟକ୍ତିର ଅଧିକାରକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ପରେ ମୁସଲିମ ଜଗତରେ ଉତ୍ତେଜନା ଦେଖା ଦେଇଛି । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରାୟ ୨୦୦୦ ଲୋକ ଫ୍ରାନ୍ସ ଦୂତାବାସକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା । ବିକ୍ଷୋଭକାରୀଙ୍କୁ ହଟେଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର ସହ ଲାଠିଚାର୍ଚ ମଧ୍ୟ କରିଥିଲା । ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇ ପାକିସ୍ତାନର ଲାହୋରରେ ରାସ୍ତା ଅବରୋଧ କରିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ କୁଶ ପୁ‌ତ୍ତଳିକା ମୁଲତାନରେ ବିକ୍ଷୋଭକାରୀମାନେ ଜଳାଇଥିଲେ । ଜେରୁସାଲମର ଅଲ ଆକସା ମସଜିଦ ବାହାରେ ମାକ୍ରୋନ୍‌ଙ୍କ ବିରୁଦ୍ଧରେ ଶହ ଶହ ପାଲେଷ୍ଟାଇନୀୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମୟରେ ସେମାନେ ସ୍ଲୋଗାନ ଦେଇଥିଲେ, “ଆମେ ମହମ୍ମଦଙ୍କ ପାଇଁ ବଳିଦାନ ଦେବୁ” । ପୁରୁଣା ସହରରେ ଇସ୍ରାଏଲ ପୋଲିସ ସହିତ କିଛି ଯୁବକ ସଂଘର୍ଷ କରିଥିବା ମଧ୍ୟ ଖବର ମିଳିଛି । ପୋଲିସ କହିଛି ଯେ, ସେମାନେ ବିକ୍ଷୋଭକାରୀଙ୍କୁ ଛିନ୍ନଛତ୍ର କରି ତିନି ଜଣଙ୍କୁ ଅଟକ ରଖିଛ‌ନ୍ତି । ଲୋକମାନେ ଲିବାନୋନର ରାଜଧାନୀ ବେରୁଟରେ ମଧ୍ୟ ପ୍ରଦର୍ଶନ କରିଥିଲେ । ବାଂଲାଦେଶର ରାଜଧାନୀ ଢ଼ାକାରେ ହୋଇଥିବା ପ୍ରଦର୍ଶନରେ ପ୍ରାୟ ୫୦,୦୦୦ ଲୋକ ଅଂଶଗ୍ରହଣ କରିଥିଲେ ଏବଂ ମାକ୍ରୋନ୍‌‌ଙ୍କ ଏକ ଚିତ୍ର ପୋଡି ଦେଇଥିଲେ । ଲୋକମାନେ “ଜାତିଭେଦ ବନ୍ଦ କରିବା” “ଇସଲାମ ବିରୁଦ୍ଧରେ ଘୃଣା ବନ୍ଦ କରିବା” ସ୍ଲୋଗାନ ଦେଇଥିଲେ ଏବଂ ଫରାସୀ ଉତ୍ପାଦକୁ ବଏ କଟ୍ କରିବାକୁ ନିବେଦନ କରିଥିଲେ । ଇସଲାମ ପାର୍ଟି ହାଜ-ଇ-ଇସଲାମିର ସଦସ୍ୟମାନେ ମଧ୍ୟ ଆଫଗାନିସ୍ତାନରେ ଫ୍ରାନ୍ସର ପତାକା ଜାଳି ଦେଇଛନ୍ତି । ବାଂଲାଦେଶ, ପାକିସ୍ଥାନ ଠାରୁ କୁଏତ ପର୍ୟ୍ୟନ୍ତ, ଗତ ସପ୍ତାହରୁ ଫରାସୀ ଉତ୍ପାଦକୁ ବଏକଟ୍‌ କରିବାକୁ ଆବେଦନ ବୃଦ୍ଧି ପାଇବାରେ ଲାଗିଛି । ସୋସିଆଲ ମିଡିଆରେ ଫ୍ରାନ୍ସ ବିପକ୍ଷରେ ଏକ ଅଭିଯାନ ମଧ୍ୟ ଚାଲିଛି । ତୁର୍କୀ ମଧ୍ୟ ଫ୍ରାନ୍ସକୁ ତୀବ୍ର ସମାଲୋଚନା କରିଛି ।

Leave A Reply

Your email address will not be published.