ପଶ୍ଚିମବଙ୍ଗରେ ମମତାଙ୍କ ଯାଦୁ କମାଲ୍‌ ଦେଖାଇଲା : ଆସାମରେ ବିଜେପି, କେରଳରେ ଏଲ୍‌ଡ଼ିଏଫ୍‌, ତାମିଲ୍‌ନାଡ଼ୁରେ ଡିଏମ୍‌କେ ଓ ପଡ଼ୁଚେରୀରେ ବିଜେପି ହାତରେ ବିଜୟ ଝଣ୍ଡା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମମତାଙ୍କ ଯାଦୁ କମାଲ୍‌ ଦେଖାଇଛି । ତ୍ରୁଣମୂଳ କଂଗ୍ରେସକୁ ମିଳିଛି ବହୁମତ ।୨୧୫ ସିଟ୍‌ ହାତେଇଛି ତ୍ରୁଣମୂଳକ କଂଗ୍ରେସ । ବିଜେପି. ହାତକୁ ଆସିଛି ୭୬ ସିଟ୍‌ । କିନ୍ତୁ ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିବା ବେଳେ ମମତା ବାନାର୍ଜୀ କୋର୍ଟର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଆସାମରେ ବିଜେପି ହାତରେ ଶାସନ ଡୋରି ଦେଇଛନ୍ତି ଭୋଟର୍‌ । କଂଗ୍ରେସକୁ ମାତ୍ର ୪୬ ସିଟ୍‌ ମିଳିଥିବା ବେଳେ ବିଜେପି.କୁ ମିଳିଛି ୭୮ ସିଟ୍‌ । ସେହିପରି କେରଳରେ ଏଲ୍‌ଡିଏଫ୍‌ ବିଜୟ ଝଣ୍ଡା ଉଡେ଼ଇଛି । ୟୁଡ଼ିଏଫ୍‌ ୪୨ଟି ସିଟ୍‌ ଅକ୍ତିଆର କରିଥିବା ବେଳେ ଏଲ୍‌ଡିଏଫ୍‌ ୯୬ଟି ସିଟ୍‌ ଅକ୍ତିଆର କରିବାରେ ସଫଳ ହୋଇଛି । ତାମିଲ୍‌ନାଡ଼ୁରେ ଡିଏମ୍‌କେ ୧୪୮ ସିଟ୍‌ ହାତେଇ ସରକାର ଗଢ଼ିବାକୁ ସକ୍ଷମ ହୋଇଥିବା ବେଳେ ଏଆଇଏଡିଏମ୍‌କେକୁ ମିଳିଛି ୮୩ଟି ସିଟ୍‌ । ପଡ଼ୁଚେରୀରେ ବିଜେପିର ହାତକୁ ଆସିଛି ଶାସନ । ୧୫ଟି ସିଟ୍‌ ହାତେଇଛି ବିଜେପି ଓ କଂଗ୍ରେସ ହାତରେ ମାତ୍ର ୭ଟି ଆସନ ରହିଛି ।

Leave A Reply

Your email address will not be published.

seventeen − fourteen =

error: Content is protected !!