ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଛି ମହାରାଷ୍ଟ୍ର ପୋଲିସ । କୁହାଯାଇଛି ଯେ, ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରିପବ୍ଲିକ ଟିଭି ମୁଖ୍ୟ ସଂପାଦକଙ୍କୁ ଗିରଫ ପରେ ରାଜନେତାଙ୍କ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଜେପି ନେତା ଏହାକୁ ଅଗଣତାନ୍ତ୍ରିକ କହୁଥିବା ବେଳେ ଉଦ୍ଧବ ସରକାର ଆଇନର ଆଳ ନେଇଛନ୍ତି ।

Leave A Reply

Your email address will not be published.