ଯେଭଳି ଭଗବାନ ରାମ ଏବଂ ସୀତା ରାବଣକୁ ପରାସ୍ତ କରିଛନ୍ତି, ବ୍ରିଟେନ ସେଭଳି କରୋନାକୁ ପରାସ୍ତ କରିବ : ବୋରିସ୍ ଜନସନ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ଦିୱାଲୀରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ପ୍ରଭୁ ରାମ ଏବଂ ସୀତା ଯେପରି ରାବଣକୁ ପରାସ୍ତ କରିଛନ୍ତି, ଆମେ କରୋନାକୁ ସେପରି ପରାସ୍ତ କରିବୁ । ସେ କହିଛନ୍ତି ଯେ ନିଃସନ୍ଦେହରେ ଆଗାମୀ ସମୟରେ ଏକ ବଡ ଆହ୍‌ହ୍ୱାନର ସମ୍ମୁଖୀନ ହେବାକୁ ପଡିବ ଏବଂ ମୋର ବିଶ୍ୱାସ ଅଛି ଯେ, ଦେଶର ଲୋକମାନେ ମିଳିତ ହୋଇ କରୋନା ଭୂତାଣୁକୁ ପରାସ୍ତ କରିବେ ।

‘ଗ୍ଲୋବାଲ୍ ଦୀପାୱାଲି ଫେଷ୍ଟିଭାଲ୍ ୨୦୨୦’କୁ ଏକ ଭର୍ଚୁଆଲ୍ ଢ଼ଙ୍ଗରେ ଉଦଘାଟନ କରି ବୋରିସ୍ ଜନସନ କହିଛନ୍ତି ଯେ, ସଂପୂର୍ଣ୍ଣ ଏକତା ଏବଂ ଦୃଢ଼ ଇଚ୍ଛାଶକ୍ତିର ବଳରେ କରୋନା ଭୂତାଣୁ ସହ ଲଢେ଼ଇ କରିବେ । ମିଳିତ ଭାବେ ଆମେ ଏହି ମହାମାରୀକୁ ପରାସ୍ତ କରିବା । ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେପରି ଦୀପାବଳିର ପର୍ବ ଆମକୁ ଶିକ୍ଷା ଦିଏ ଯେ ଅନ୍ଧକାର ଉପରେ ଆଲୋକ ବିଜୟୀ ହୁଏ, ଜ୍ଞାନ ଅଜ୍ଞାନତା ଉପରେ ଜୟ କରେ ଏବଂ ମନ୍ଦକୁ ହରାଇ ଭଲ ଜିତେ, ସେହିଭଳି ଆମେ କରୋନାକୁ ଜିତିବା ।

Leave A Reply

Your email address will not be published.