csstore

ଲୋଇସିଂହା ବିଧାୟକଙ୍କ ଆଗଲପୁର ବ୍ଲକ ଅଂଚଳ ଗସ୍ତ : ବାଇକ୍‌ରେ ବୁଲିଲେ, ସମସ୍ୟା ବୁଝିଲେ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜନସାଧାରଣଙ୍କ ଆସ୍ଥାକୁ ଠିକ ଭାବରେ ବୁଝିବା ପାଇଁ ବିନା ଗସ୍ତ ସୂଚୀରେ ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିବା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ବାଇକ୍‌ ଯୋଗେ ଆଗଲପୁର ବ୍ଲକ ଅଂଚଳ ଗସ୍ତ କରି ବିଭିନ୍ନ ଗ୍ରାମର ସମସ୍ୟା ବୁଝିଛନ୍ତି । ବନ୍ୟଜନ୍ତୁ ପ୍ରଭାବିତ ପାହାଡ ଜଙ୍ଗଲ ପରିବେଷ୍ଟିତ ଶରଧାପାଲି ଗାଁରେ ପହଂଚି ପ୍ରାଥମିକ ସ୍କୁଲ ଉଠିଯାଉଥିବା ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗକୁ ଅବଗତ କରିବେ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ସୂଚନା ଅନୁଯାୟୀ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ବାଇକ୍‌ ଯୋଗେ ନିଜ କର୍ମୀଙ୍କ ସହଯୋଗରେ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଆଗଲପୁର ବ୍ଲକ ଅଂଚଳ ଗସ୍ତ କରିଥିଲେ । ପ୍ରଥମେ ସାଲେଭଟା ମା’ ପାଟଣେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ । ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ପୂଜକଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ଝରଣୀପାଲିରେ ଜଣେ ଗ୍ରାମ୍ୟଭଦ୍ର ବ୍ୟକ୍ତିଙ୍କ ଗଙ୍ଗ । ଶ୍ରାଦ୍ଧରେ ଯୋଗ ଦେଇ ମୃତ ପରିବାରକୁ ସମବେଦନା ଜଣାଇବା ସହିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହା ସହ ନୁନିଆଁପାଲି ପଂଚାୟତ ଅଧୀନସ୍ଥ ବଣଜଙ୍ଗଲ ଘେରା ଶରଧାପାଲି ଗାଁକୁ ଯାଇ ଗ୍ରମାବାସୀଙ୍କ ଅଭିଯୋଗ ଶୁଣିଥିଲେ । ଏହିକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଉଠି ଯାଉଥିବା ଉପରେ ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁ ଚାରିପଟେ ଜଙ୍ଗଲ ସହ ବନ୍ୟଜନ୍ତୁଙ୍କ ପ୍ରାର୍ଦୁଭାବ ଯୋଗୁଁ ଛୋଟ ପିଲା କିପରି ୫ କିଲୋମିଟର ଦୂରତ୍ୱ ସ୍କୁଲକୁ ପ୍ରାଥମିକ ପାଠ ପଢିଯିବ, ସେ ଦିଗରେ ଗ୍ରାମବାସୀ କହିବା ସହ ସ୍କୁଲକୁ ନ ଉଠାଇବାକୁ ଅନୁରୋଧ କରିଥିଲେ । ଏହାସହ ବିଧାୟକ ପଥରମୁଣ୍ଡା, ପୋଢପାଲି ଓ କୁଦୋପାଲି ଗସ୍ତ କରି ଗାଁ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଶୁଣିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ୟ୍ୟକ୍ରମରେ ଡ.ମହାଲିଙ୍ଗ ସମେତ ଦଳୀୟ କର୍ମୀ ଗୌରାଙ୍ଗ ନାଏକ, ସମୀର ସିଂହଦେଓ, ନେହେରୁ ବାଗ, ଭୁତନାଥ ନାଏକ, ସତ୍ୟନାରାୟଣ ସେଠ, ସାଇଦେବ ପଟେଲ, ବାହାଦୁଲ ନନ୍ଦ, ରାଜୁ ସାହୁ, ବେଲାଲ କାଲସାଏ ସମେତ ଦଳୀୟ କର୍ମୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.