jsm

ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଜବାବ ଦେଲା ମଧ୍ୟପ୍ରଦେଶ ବିଜେପି

csstore

ଭୋପାଳ : ମଧ୍ୟପ୍ରଦେଶ ବିଜେପି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ ଉପରେ ପ୍ରତିକ୍ରିୟା ଦେଇଛି । ବିଜେପି ରାଜ୍ୟ ସଭାପତି ବିି.ଡି. ଶର୍ମା କହିଛନ୍ତି ଯେ, ସେ ଲଢେ଼ଇ ବିଷୟରେ କହୁଛନ୍ତି । ବିଭାଜନ କର ଏବଂ ଲଢେ଼ଇ କର । ବିଜେପି କହିଛି ଯେ, ଯଦି ଲଡ଼୍‌କି ଓ ଲଡ଼୍‌କା ଭିତରେ ବିଭାଜନ ରହିଛି, ତେବେ ସେ ଲଢେ଼ଇ କରିପାରନ୍ତି । ବିଜେପି କହିଛି ଯେ, ‘ଲଡ଼୍‌କି ହେଁ ତୋ ପଢ଼୍‌ ସକ୍‌ତି ହେଁ’ ।

ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ରାଜ୍ୟ ବିଜେପି ସଭାପତି ବି.ଡି ଶର୍ମା କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଝିଅମାନଙ୍କୁ ଶିକ୍ଷା ଦେବା ଅଭିଯାନ ଆରମ୍ଭ କରିଛନ୍ତି ।

yuvodaya
Leave A Reply

Your email address will not be published.