pakka

କଠିନତା ଆସିବ, କିନ୍ତୁ କାମ ବନ୍ଦ ହେବ ନାହିଁ : କହିଲେ ସିଏମ୍‌ କେଜ୍ରିୱାଲ

bbehera

ନୂଆଦିଲ୍ଲୀ : ଦିଲ୍ଲୀର ଏକ୍ସାଇଜ୍ ସ୍କାମରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କରିଛନ୍ତି ଯେ, ଯେତେ ବାଧାବିଘ୍ନ ଆସୁନା କାହିଁକି ଆମ କାର୍ୟ୍ୟ ବନ୍ଦ ହେବ ନାହିଁ । ସେ ଆମେରିକାର ବଡ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀର ଶିକ୍ଷା ନୀତି ସମ୍ବନ୍ଧରେ ପ୍ରକାଶିତ ଖବରକୁ ଦର୍ଶାଇ କହିଛନ୍ତି ଯେ, ଦିଲ୍ଲୀର ଶିକ୍ଷା ନୀତିକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ସେଥିପାଇଁ ଏହି ଲୋକମାନେ ଆମକୁ ଚାହାଁନ୍ତି ନାହିଁ ଏବଂ ବାଧା ସୃଷ୍ଟି କରୁଛନ୍ତି ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆମେରିକା ହେଉଛି ଦୁନିଆର ସବୁଠାରୁ ଧନୀ ଦେଶ ଏବଂ ସେଠାରେ ଥିବା ସବୁଠୁ ବଡ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ କରିବା କଷ୍ଟକର । ଏହି ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀର ଶିକ୍ଷା ମଡେଲ ଉପରେ ଖବର ପ୍ରକାଶ ପାଇଛି । ଦିଲ୍ଲୀ ଭିତରେ ଶିକ୍ଷାର ଏକ ବିପ୍ଳବ ଆସିଛି । ବେସରକାରୀ ବିଦ୍ୟାଳୟରୁ ନାମ କାଟି ସରକାରୀ ବିଦ୍ୟାଳୟରେ ପିଲାମାନେ ଆଡମିଶନ ନେଉଛନ୍ତି । ଦିଲ୍ଲୀର ଶିକ୍ଷା ମଡେଲର ଚିତ୍ର ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଛପା ଯାଇଥିଲା, ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ । କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ଆମ କାମ ବନ୍ଦ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ବନ୍ଦ କରିବାକୁ ଯାଉନାହୁଁ ।

Leave A Reply

Your email address will not be published.

four + fifteen =