pakka

ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା

bbehera

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ରୁଷ ଘନଘୋର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍‌ରେ ବିନାଶ ଲୀଳା ଆରମ୍ଭ ହୋଇଯାଇଛି । ୧୮ ହଜାରରୁ ଅଧିକ ଭାରତୀୟମାନଙ୍କୁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିବାକୁ ମଧ୍ୟ ଭାରତ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇ ସାରିଛି । ଭାରତକୁ ୟୁକ୍ରେନ ସହାୟତା ମାଗିଥିବା ବେଳେ ଏଥିପାଇଁ ଭାରତ ଚିନ୍ତନ କରିବା ଆରମ୍ଭ କରିଦେଇଛି । ୟୁକ୍ରେନ୍‌କୁ ସମସ୍ତ ଦିଗରେ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା ଏବେ ରୁଷ୍‌ ବିରୁଦ୍ଧରେ ଅଂଟା ଭିଡ଼ି ସାରିଥିବା ସୂଚନା ମିଳିଛି । ବ୍ରିଟେନ୍‌ ରୁଷର ଆକ୍ରମଣକୁ ବର୍ବରତାପୂର୍ଣ୍ଣ କହିଥିବା ବେଳେ ନାଟୋ ସମର୍ଥନ ପ୍ରଦାନ କରିଛି ୟୁକ୍ରେନ୍‌କୁ । ଧ୍ୱଂସଲୀଳାରେ ଏବେ ହବାଇ ହମଲା ଜାରି ରଖିଛି ରୁଷ୍‌ । ୟୁକ୍ରେନ୍‌ରେ ଲୋକଙ୍କ ମଧ୍ୟ ଜୋର୍‌ ଆତଙ୍କ ଲକ୍ଷ୍ୟ କରାଯାଉଛି । ୟୁକ୍ରେନ୍‌ ରୁଷ୍‌କୁ କଡ଼ା ଜବାବ୍‌ ଦେଉଥିବା ୟୁକ୍ରେନ୍‌ ପକ୍ଷରୁ ଦାବୀ ହୋଇଛି ।

jay balangir
Leave A Reply

Your email address will not be published.

one × three =