pakka

ଜିଏସ୍‌ଏମ୍‌ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର-୨୦୨୩ ଜିତିଲା ଭାରତ

bbehera

• ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଆରମ୍ଭ କରିଛି ଏବଂ ସାରା ବିଶ୍ୱ ଏହାର ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି – ଅଶ୍ୱିନୀ ବୈଷ୍ଣବ

ନିଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ଜିଏସଏମ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର- ୨୦୨୩ ପ୍ରଦାନ କରାଯାଇଛି । ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ କରିବା ଲାଗି ଭାରତକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ପୁରସ୍କାର ଜିତିବା ସମ୍ପର୍କରେ ଘୋଷଣା କରୁଛନ୍ତି ଅଶ୍ୱିନୀ ବୈଷ୍ଣବ

ଭାରତ ପୁରସ୍କାର ଜିତିବା ଅବସରରେ, କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି, ଜିଏସଏମଏ ପୁରସ୍କାର ଏହାର ଏକ ଉଦାହରଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ସଂସ୍କାରର ପ୍ରଭାବ ଦେଖିଛୁ । ପୂର୍ବରୁ ଆରଓଡବ୍ଲୁ ଅନୁମତି ପାଇବାକୁ ୨୩୦ ଦିନରୁ ଅଧିକ ସମୟ ଲାଗୁଥିଲା, ବର୍ତ୍ତମାନ ଏହା ମାତ୍ର ୮ ଦିନରେ ମିଳି ଯାଉଛି । ୮୫% ପ୍ରତିଶତରୁ ଅଧିକ ମୋବାଇଲ ଟାୱାର ମଞ୍ଜୁରି ଏବେ ତୁରନ୍ତ ମିଳିଯାଉଛି । ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ 5ଜି ପ୍ରଯୁକ୍ତି କାର୍ଯ୍ୟକାରୀ କରୁଛି, ଏବେ ସୁଦ୍ଧା ୩୮୭ଟି ଜିଲ୍ଲାର ପ୍ରାୟ ୧ଲକ୍ଷ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହୋଇସାରିଛି । ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଶୁଭାରମ୍ଭ କରିଛି ଏବଂ ସାରା ବିଶ୍ୱ ଏହି ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି ।

୭୫୦ରୁ ଅଧିକ ମୋବାଇଲ ଅପରେଟର ଏବଂ ୪୦୦ କମ୍ପାନୀ ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଏହା ପ୍ରତିବର୍ଷ ଗୋଟିଏ ରାଷ୍ଟ୍ରକୁ ସମ୍ମାନିତ କରିଥାଏ । ୨୭ ଫେବୃଆରୀ ୨୦୨୩ରେ ବାର୍ସିଲୋନା ଠାରେ ଅନୁଷ୍ଠିତ ମୋବାଇଲ ବିଶ୍ୱ କଂଗ୍ରେସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଦୂରଦୃଷ୍ଟିକୁ ଅନୁସରଣ କରି ସରକାର ସେପ୍ଟେମ୍ବର ୨୦୨୧ରେ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାର ଆଣିଥିଲେ । ଏହାପରେ ଲାଇସେନ୍ସିଂ କ୍ଷେତ୍ରରେ ସଂସ୍କାର, ପିଏମ ଗତି ଶକ୍ତି ସଞ୍ଚାର ପୋର୍ଟାଲ ଗଠନ, ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ)କୁ ବ୍ୟବସ୍ଥିତ କରିବା, ସ୍ପେକ୍ଟ୍ରମ କ୍ଷେତ୍ରରେ ସଂସ୍କାର, ସାଟେଲାଇଟ୍‌ ସଂସ୍କାର ଆଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଜିଏସଏମଏ ଦ୍ୱାରା ଭାରତ ଉପରେ ପ୍ରକାଶିତ ପଲିସୀ ସ୍ପଟ୍‌ଲାଇଟ୍‌ ଏଠାରେ ସଂଯୋଗ କରାଯାଇଛି ।

Leave A Reply

Your email address will not be published.

ten − three =