ବିହାର ବିଧାନସଭା ନିର୍ବାଚନ : ଜଣେ କିନ୍ନର ହେବେ ପ୍ରିଜାଇଡ଼ିଂ ଅଫିସର

ପାଟନା : ବିହାର ବିଧାନସଭା ନିର୍ବାଚନର ବିଗୁଲ୍‌ ବାଜି ସାରିଛି । ଅକ୍ଟୋବର ୨୮ ତାରିଖ ଆରମ୍ଭ ହେବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରକାର ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ ଜଣେ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଦାୟିତ୍ୱ ପ୍ରଦାନ କରିଛନ୍ତି । ମୋନିକା ଦାସ ପାଟନା ବିଶ୍ୱବିଦ୍ୟାଳୟରୁ ଆଇନ ସ୍ନାତକରେ ଗୋଲ୍‌ଡ଼ ମେଡାଲ୍‌ ପାଇଥିବା ବେଳେ ୨୦୧୫ ମସିହାରୁ ଏକ ନେସ୍‌ନାଲ୍‌ ବ୍ୟାଙ୍କରେ ଚାକିରୀ କରନ୍ତି । ଇଲେକ୍‌ସନ କମିଶନ୍‌ଙ୍କ ଅନୁସାରେ ଅନ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ମୋନିକା ଦାସଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ପାଖାପାଖି ୨୩୪୪ ଜଣ କିନ୍ନର ଆଗାମୀ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ । ତେବେ ମୋନିକା ଦାସ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ଏହା କିନ୍ନର ସଂପ୍ରଦାୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଇଛି ।

Leave A Reply

Your email address will not be published.