କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା

ବାଙ୍ଗାଲୁରୁ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ଆଜି ସିବିଆଇ ଚଢ଼ଉ ଜାରି ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବାଙ୍ଗାଲୁରୁର ସଦାଶିବନଗରରେ ଥିବା ଡି.କେ.ଶିବକୁମାରଙ୍କ ଘର ଉପରେ ଚଢ଼ଉ ଚାଲିଥିବା କୁହାଯାଇଛି । କର୍ଣ୍ଣାଟକ ସରକାରଙ୍କ ତତ୍‌କାଳୀନ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବେନାମୀ ସଂପତ୍ତି ଅଧିଗ୍ରହଣର ଅଭିଯୋଗରେ ମାମଲା ଦର୍ଜ କରିଛି ସିବିଆଇ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ କର୍ଣ୍ଣାଟକରେ ୯, ଦିଲ୍ଲୀରେ ୪, ମୁମ୍ବାଇରେ ୧ ସହ ୧୪ଟି ସ୍ଥାନରେ ଚଢ଼ଉ ଜାରି ରହିଛି । ଚଢ଼ଉରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ନଗଦ ମିଳିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.