ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ହୋଇ ପାରନ୍ତି କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ, ଇମ୍ରାନ ଖାନ ଦେଲେ ପରାମର୍ଶ
ଇସ୍ଲାମାବାଦ : ପାକିସ୍ତାନରେ ରାଜନନୈତିକ ଅଶାନ୍ତିର ଅବଧି ବନ୍ଦ ହେବାକୁ ଯାଉଛି । ଏହି ସମୟରେ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ଚିଠିର ଉତ୍ତରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କରିବାକୁ ପରାମର୍ଶ ଦେଇଛନ୍ତି । ଯଦି ଏହା ଘଟେ, ତେବେ ଏହା ଇମ୍ରାନ ଖାନଙ୍କ ଏକ ବଡ ପଦକ୍ଷେପ ହେବ ବୋଲି କୁହାଯାଉଛି ।
ଯେତେବେଳେ କି ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସୋମବାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଇମ୍ରାନ ଖାନ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ୟ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ନହେବା ପର୍ୟ୍ୟନ୍ତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାର୍ଯ୍ୟ ଜାରି ରଖିବେ ।