ବିରୋଧୀ ସାଂସଦଙ୍କ ନିଲମ୍ବନକୁ ନେଇ ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ : ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ଅଛି । ରାଜ୍ୟସଭାର ନିଲମ୍ବିତ ୧୨ ବିରୋଧୀ ସାଂସଦଙ୍କ ସହିତ କ’ଣ ହେବ, ତାହା ଆଜି ସ୍ପଷ୍ଟ ହେବ । କିନ୍ତୁ ବିରୋଧୀ କହିଛନ୍ତି ଯେ, ଏହା ଏକଛତ୍ରବାଦୀ ଶାସନ । ଗୋଟିଏ ପଟେ ଆଜି ୧୨ ଜଣ ସାଂସଦଙ୍କ ନିଲମ୍ବନ ଉପରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ ବିରୋଧୀ ଦଳର ଏକ ବୈଠକ ବସିଥିବା ବେଳେ ଅନ୍ୟପଟେ ସରକାରୀ ସୂତ୍ର ଅନୁଯାୟୀ ଏହା ମଧ୍ୟ ରିପୋର୍ଟ ହୋଇଛି ଯେ ନିଲମ୍ବିତ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଭେଟି କ୍ଷମା ମାଗିବେ। । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା ମଧ୍ୟ କହିଛନ୍ତି ଯେ, ଯଦି କ୍ଷମା ମାଗିବାର କୌଣସି ନୋଟିସ ଆସେ ତେବେ ଏହାକୁ ବିଚାର କରାଯାଇପାରିବ । କହିବାକୁ ଗଲେ ସଂସଦର ମୌସୁମୀ ଅଧିବେଶନରେ ଅଶୋଭନୀୟ ଆଚରଣ ଅଭିଯୋଗରେ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ସମଗ୍ର ଶୀତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ୯, ୧୦ ଏବଂ ୧୧ ଅଗଷ୍ଟରେ ସୌସୁମୀ ଅଧିବେଶନ ସମୟରେ ହିଂସା ଏବଂ ଅଶୋଭନୀୟ ଆଚରଣ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.

nine + sixteen =