ଛତ୍ରପୁର ସହରାଞ୍ଚଳରେ ଆଶା ଦିଦିମାନେ ସକ୍ରୀୟ : ଘରେ ଘରେ ଚାଲିଛି ମାଆ ଓ ଶିଶୁଯତ୍ନର ପଦକ୍ଷେପ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ସର୍ବମୋଟ ୧୦ଜଣ ଆଶାଦିଦି ନିୟୋଜିତ ହୋଇଛନ୍ତି । ସହରାଞ୍ଚଳର ୧୪ଗୋଟି ୱାର୍ଡ ପାଇଁ ମାତ୍ର ୧୦ ଜଣ ଆଶାଦିଦି ନିୟୋଜିତ ହୋଇଥିବା ବେଳେ ଏବେ ଘରେ ଘରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡ଼-୧୯ ସମ୍ବନ୍ଧୀୟ ଯାଞ୍ଚ ପ୍ରତିଟି ୱାର୍ଡରେ ସମ୍ପନ କରାଯାଇଛି । ୧୪ ନମ୍ବର ୱାର୍ଡରେ ଗର୍ଭବତୀମହିଳା ଓ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଆ ଓ ଶିଶୁଙ୍କର ଓଜନ ମାପ କରାଯାଇଛି । ପ୍ରତିମାସରେ ଏହି କାର୍ଯ୍ୟ ଚାଲୁରଖିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱଦେଇଛନ୍ତି । ମାଆ ଓ ଶିଶୁଙ୍କର ଯତ୍ନ ନେବାରେ ୧୪ ନମ୍ବର ୱାର୍ଡ ସଫଳତା ହାସଲ କରିଥିବା ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.

1 + 1 =