pakka

ହିଜାବ ବିବାଦ : କର୍ଣ୍ଣାଟକର ଶିବମୋଗାରେ ୫୮ କଲେଜ ଛାତ୍ରୀ ସସ୍‌ପେଣ୍ଡ୍‌, ହିଜାବ ପିନ୍ଧିବାକୁ କରୁଥିଲେ ଦାବୀ

bbehera

ବାଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ କଲେଜର ଅତିକମ୍‌ରେ ୫୮ ଜଣ ଛାତ୍ରୀଙ୍କ ହିଜାବ ପିନ୍ଧି କ୍ଲାସ୍‌ରୁମ୍‌କୁ ଯିବା ପାଇଁ ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଆଜି ସେମାନଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି । ଏହି ୫୮ ଜଣ ଛାତ୍ରୀ ଶିରାଲାକୋପ୍ପାର ସରକାରୀ ପ୍ରି-ୟୁନିଭରସିଟି କଲେଜର ଅଟନ୍ତି । ଅଧ୍ୟକ୍ଷ୍ୟଙ୍କ ଅନୁସାରେ ହିଜାବ ପିନ୍ଧି କ୍ଲାସ୍‌ରୁମ୍‌କୁ ଯିବା ପାଇଁ ଜିଦ୍‌ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀମାନଙ୍କୁ ଆଇନ ସଂପର୍କରେ ବୁଝା ଯାଇଥିଲେ ମଧ୍ୟ ସେମାନେ ବୁଝି ନଥିଲେ ଓ ଆହୁରି ଅଡ଼ି ବସିଥିଲେ । ଏଥିପାଇଁ ସେମାନଙ୍କୁ କଲେଜରୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରାଯାଇଥିବା ଅଧ୍ୟକ୍ଷ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

14 − twelve =