pakka

ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

bbehera

କୋଣାର୍କ : ଗୋପ-କୋଣାର୍କ ରାସ୍ତାର ବେଗୁନିଆ ଛକ ନିକଟରେ ଥିବା ନିଳାଚଳ ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏରବଙ୍ଗ ଗ୍ରାମର ଦେବାଶିଷ ଦାସ କୌଣସି କାମ ଲାଗି ଗୋପ ଷ୍ଟେଟ୍ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ଥିଲେ । ଟଙ୍କା ଉଠାଇ ଦେବାଶିଷ ଘରକୁ ଯାଇ ବେଗୁନିଆ ଛକ ନିକଟରେ ରହିଥିଲେ । ପରେ କୌଣସି କାମରେ ନିଳାଚଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇ ଫେରିବା ବେଳକୁ ତାଙ୍କ ସ୍କୁଟି ଡିକି ଭାଙ୍ଗି କେ‌ହି ଦୁବୃର୍ତ୍ତ ଟଙ୍କା ନେଇ ଯାଇଥିବା ନେଇ ସେ ଗୋପ ଥାନାରେ ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

nine − 7 =