pakka

ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ନିର୍ମମ ହତ୍ୟା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ଅନୁଯାୟୀ ଦକ୍ଷିଣ କୋରିଆରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଶୌକତ ମୁକାଦମଙ୍କ ଝିଅ ନୁର ମୁକାଦମଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ ନୁର ମୁକାଦମଙ୍କୁ ଗୁଳି କରି ତା’ପରେ ମୁଣ୍ଡ କାଟି ଦେଇଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ହତ୍ୟାକାରୀ ପୀଡିତାଙ୍କ ବନ୍ଧୁ, ଯାହାର ନାମ ଜହିର ଜାଫର ଏବଂ ସେ ଦେଶର ଜଣେ ବଡ ବ୍ୟବସାୟୀଙ୍କ ପୁଅ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ପରେ ପାକିସ୍ତାନରେ ଆକ୍ରୋଶ ଦେଖିବାକୁ ମିଳୁଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ ନୁର ମୁକାଦମଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବରିଷ୍ଠ ସହାୟକ ତଥା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତଙ୍କ ଝିଅଙ୍କ ହତ୍ୟାକାଣ୍‌ଣ୍ଡରେ ସେ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଚୌଧୁରୀ କହିଛନ୍ତି ଯେ, ସେ ଆଶା କରୁଛନ୍ତି ହତ୍ୟାକାରୀମାନେ ଶୀଘ୍ର ସେମାନଙ୍କ ଅପରାଧ ପାଇଁ ଦଣ୍ଡ ପାଇବେ ।

Leave A Reply

Your email address will not be published.

2 + four =