om academy

ଆଜି ପୁଣିଥରେ ଇଡି ପାଖରେ ହାଜର ହେବେ ରାହୁଲ ଗାନ୍ଧୀ

jsm

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗତକାଲି ସୋମବାର ଦିନ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । ଏହି ପଚରାଉଚରା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା । ଆଜି ପୁଣି ଥରେ ଇଡି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବହୁ କଂଗ୍ରେସ ନେତା ତଥା ଦଳୀୟ କର୍ମୀ ରାଜରାସ୍ତାରେ ତୀବ୍ର ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ଗତକାଲି ଦିଲ୍ଲୀ ଟ୍ରାଫିକ ପୋଲିସ ଦ୍ୱାରା ଅନେକ ରାସ୍ତା ବ୍ଲକ୍‌ କରାଯାଇଥିଲା । ଆଜି ପୁଣି ଥରେ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ, ଯେଉଁଠାରେ ତାଙ୍କୁ ପଚରାଉଚରା କରାଯିବ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ଏଡ଼ଭାଇଜରୀ ଜାରି କରିଛି ।

Leave A Reply

Your email address will not be published.

error: Content is protected !!