ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା : ଡୋନାଲ୍ଡ ଟ୍ରମ୍ପଙ୍କ ଘର ସୁରକ୍ଷା ବଳୟ ଭିତରେ

ନ୍ୟୁୟର୍କ : ଆମେରିକାରେ ଭୋଟ୍ ଗଣନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍‌ଙ୍କ ନ୍ୟୁୟର୍କର ମ୍ୟାନହଟାନ ସ୍ଥିତ ଟ୍ରମ୍ପ ଟାୱାର ଦୁର୍ଗରେ ରୂପାନ୍ତରିତ ହୋଇଛି । ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା ରହିଥିବାରୁ ବହୁ ସଂଖ୍ୟକ ସଶସ୍ତ୍ର ସୁରକ୍ଷା କର୍ମୀ ଟ୍ରମ୍ପ ଟାୱାରକୁ ଘେରି ରହିଛନ୍ତି । ଅନ୍ୟପକ୍ଷରେ, ନିର୍ବାଚନ ଫଳାଫଳ ପରେ ଅଶାନ୍ତି ଦେଖାଗଲେ ସହରର କିଛି ଅଂଶ ସିଲ୍ କରାଯିବ ବୋଲି ପୋଲିସ ମୁଖ୍ୟ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏହି ଘରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ଏଠାରେ ଥିବା ବିଲଡିଂ ସମ୍ମୁଖରେ ଏକାଠି ହୋଇଥିଲେ । କେବଳ ଏତିକି ନୁହେଁ ସହରର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ନ୍ୟୁୟର୍କ ପୋଲିସ ବିଭାଗର ମୁଖ୍ୟ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛନ୍ତି । ଏହି ସମୟରେ ସହରର ମେୟର ବିଲ୍ ଡି ବ୍ଲାସିଓ ଦାବୀ କରିଛନ୍ତି ଯେ, ବ୍ୟବସାୟିକ ପ୍ରତିଷ୍ଠାନ ଡକାୟତିକୁ ଭୟ କରିବା ଉଚିତ୍ ନୁହେଁ । ଏହା ପୂର୍ବରୁ ଟ୍ରମ୍ପଙ୍କ ବ୍ଲାକ୍ ଲାଇଭ୍ ମ୍ୟାଟର୍‌କୁ ନେଇ ଲୋକମାନେ ଏଠାରେ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୋକାନଗୁଡିକରେ ବହୁତ କ୍ଷତି ହୋଇଥିଲା ।

Leave A Reply

Your email address will not be published.