ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଜରୁରୀକାଳୀନ ପରିସ୍ଥିତିର ‌ସ୍ମରଣ କରାଉଛି : ଜାଭଡେକର

ନୂଆଦିଲ୍ଲୀ : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ସମ୍ପର୍କରେ କହିଛନ୍ତି ଯେ, ଏହା ମହାରାଷ୍ଟ୍ରରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ଏବଂ ଏହା ଜରୁରୀକାଳୀନ ‌ସ୍ଥିତିର ସୂଚକ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୋସ୍ୱାମୀଙ୍କୁ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର୍ ଆତ୍ମହତ୍ୟା କରିବା ଅଭିଯୋଗରେ ବୁଧବାର ଗିରଫ କରାଯାଇଛି । ଜାଭଡେକର ଟୁଇଟ୍ କରି କହିଛନ୍ତି, ମହାରାଷ୍ଟ୍ରରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଗଣମାଧ୍ୟମର ମୁକାବିଲା ପାଇଁ ଏହା ଉପାୟ ନୁହେଁ । ଏହା ଆମକୁ ଜରୁରୀକାଳୀନ ଦିନ ବିଷୟରେ ମନେ ପକାଇ ଦେଉଛି, ଯେତେବେଳେ ଗଣମାଧ୍ୟମକୁ ଏଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ।
ସୂଚନା ଅନୁସାରେ ଆଲିବାଗ ପୋଲିସର ଏକ ଟିମ୍ ଗୋସ୍ୱାମୀଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି । ଗୋସ୍ବାମୀଙ୍କୁ ପୋଲିସ୍ ଭ୍ୟାନ୍ ଭିତରକୁ ଠେଲି ଦିଆଯାଇଥିବା ଦେଖାଯାଇଛି ଏବଂ ପୋଲିସ ତାଙ୍କ ସହ ଅସଦାଚରଣ କରିଥିବା କୁହାଯାଇଛି ।

Leave A Reply

Your email address will not be published.