pakka

ଦେଶରେ କରୋନା ଭାଇରସ୍‌ : ୨୪ ଘଂଟାରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୩୪ ଜଣଙ୍କ ମୃତ୍ୟୁ

bbehera

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନାରେ ୫୩୪ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ କରୋନା କାରଣରୁ ସମୁଦାୟ ୪ ଲକ୍ଷ ୮୨ ହଜାର ୫୫୧ ଜଣଙ୍କର ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ତଥାପି, ତାଙ୍କର ସାମାନ୍ୟ ଲକ୍ଷଣ ଥିବା ସେ କହିଛନ୍ତି । କେଜ୍ରିୱାଲ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, “ମୋତେ କରୋନା ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ମୋର ସାମାନ୍ୟ ଲକ୍ଷଣ ରହିଛିି । ମୁଁ ନିଜକୁ ଘରେ କ୍ୱାରେନ୍‌ଟାଇନ୍‌ରେ ରହିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିଲେ, ଦୟାକରି ନିଜକୁ କ୍ୱାରେନ୍‌ଟାଇନ୍‌ରେ ରଖି ପରୀକ୍ଷା କରାଇ ନିଅନ୍ତୁ ।

jay balangir
Leave A Reply

Your email address will not be published.

1 × four =

error: Content is protected !!