୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମୁମ୍ବାଇ ଆକ୍ରମଣର ମୁଖ୍ୟ ଆସାମୀ ହାଫିଜ ସଇଦକୁ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନାରେ ପ୍ରକାଶ । ତେବେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ହାଫିଜ ସଇଦକୁ ଦୋଷୀସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ସଇଦଙ୍କୁ ଜାତିସଂଘ ପକ୍ଷରୁ ଆତଙ୍କବାଦୀ ଭାବେ ଦର୍ଶାଯାଇଥିଲା । ଆମେରିକା ପକ୍ଷରୁ ମଧ୍ୟ ତାଙ୍କ ଲାଗି ୧୦ ନିୟୁତ ଡଲାର ପୁରସ୍କାର ଘୋଷଣା କରାଯାଇଥିଲା । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ଗତବର୍ଷ ଜୁଲାଇ ୧୭ରେ ସଇଦଙ୍କୁ ଗିରଫ କରାଯାଇଥିବା ବେଳେ ଆତଙ୍କ ବିରୋଧୀ ଅଦାଲତ ଗତ ଫେବୃୟାରୀରେ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏବେ ସେ ଲାହୋର୍‌ର କୋଟ ଲଖ୍‌ପତ୍‌ ଜେଲରେ ରହିଥିବା ସୂଚନା ମିଳିଛି । ଲାହୋର୍‌ର ଆତଙ୍କବିରୋଧୀ ଅଦାଲତ ହାଫିଜ୍‌ ସଇଦଙ୍କ ସହ ୪ ଜେୟୁଡି ନେତାଙ୍କୁ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.