ଚୁଡାପାଲି ନଦୀରେ କାଇଁଶ ଫୁଲର ବଗିଚା

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଚୁଡାପାଲି ଏବଂ ଢୁଲୁସର ମୁଖ୍ୟ ରାସ୍ତାର ମଝିରେ ଥିବା ନଦୀର ଶୋଭା ବଢାଉଛି କାଇଁଶ ଫୁଲ । ଚୂଡାପାଲି ରାସ୍ତା ଦେଇ କୌଣସି କାମରେ ଗଲା ଲୋକେ ଚୁଡାପାଲି ବ୍ରିଜ ଉପରୁ ଏହି ନଦୀରେ ଥିବା କାଇଁଶଫୁଲ ବଗିଚାକୁ ମନଭରି ଉପଭୋଗ କରନ୍ତି । ଯେ କେହି ବି ଟିକେ ଅଟକି ଯାଇ ଦେଖ‌ନ୍ତି ଏହି ଲୋଭନୀୟ ଦୃଶ୍ୟକୁ । ଦୂରରୁ ଲାଗୁଛି ସତେ ଯେମିତି ବଢି ପାଣିରେ ଭାସି ଆସୁଥିବା ଫେଣ ଭଳି । ହେଲେ ପାଖକୁ ଆସି ଦେଖିଲା ପରେ ଲାଗୁଛି ଆହୁରି ସୁନ୍ଦର କାଇଁଶ ଫୁଲର ନାଚ। ବେଳ ବୁଡିବା ଆଗରୁ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଲାଗୁଛି ଦେଖଣାହାରୀଙ୍କ ଗହଳି । କିଛି ସମୟ ରହି ପୁଣି ନିଜ ନିଜ ଗନ୍ତବ୍ୟ ପଥରେ ଚାଲି ଯାଉଛନ୍ତି ବାଟୋଇ । ଆପଣମାନେ ବି ଯଦି ପାଟଣାଗଡ଼ ରାସ୍ତା ଦେଇ କୌଣସି କାମରେ ଯିବା ଆସିବା କରୁଛନ୍ତି, ତାହେଲେ ଏହି ଆକର୍ଷଣୀୟ କାଇଁଶ ଫୁଲ ବଗିଚାର ମନୋରମ ଦୃଶ୍ୟକୁ ଟିକେ ଆଖି ବୁଲେଇ ଯାଆନ୍ତୁ ।

Leave A Reply

Your email address will not be published.