କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାପରେ ଚାଇନାରେ ଆତଙ୍କ : କରୋନା କଟକଣା କଡାକଡ଼ି

ବେଜିଂ : ବେଜିଂ ତଥା ଦେଶର ଅନ୍ୟାନ୍ୟ ଅଂଚଳରେ ଏହି ମହାମାରୀକୁ ରୋକିବା ପାଇଁ ଚୀନ୍‌ ଶୁକ୍ରବାର ଦିନ ଆହୁରି କଡାକଡି କରିଛି କଟକଣା । ଦେଶରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ବିଭିନ୍ନ ସ୍ଥାନରୁ ଅଧିକ ସଂକ୍ରମଣ ହେବାର ଖବର ଆସୁଛି । ଆନ୍ତର୍ଜାତୀୟ ବିଦ୍ୟାଳୟର ପିଲାମାନଙ୍କୁ ଆସନ୍ତା ସପ୍ତାହରୁ କୋଭିଡ୍‌ ଟେଷ୍ଟିଂ ପାଇଁ ବେଜିଂ ନିର୍ଦ୍ଦେଶ ଦେଇଛି । ନିହାତି ଆବଶ୍ୟକ ସ୍ଥଳେ ନାଗରିକମାନଙ୍କୁ କେବଳ ଯାତ୍ରା କରିବା ପାଇଁ କୁହାଯାଉଛି । କିନ୍ତୁ ସଂପୂର୍ଣ୍ଣ ଆବଶ୍ୟକତା ଦୃଷ୍ଟିରୁ ଯଦି କେହି କୌଣସି ସହର କିମ୍ବା ଅଂଚଳକୁ ଯାଆନ୍ତି, ତେବେ ତାଙ୍କୁ ଫେରିବାକୁ ଅନୁମତି ଦେବାର କୌଣସି ଗ୍ୟାରେଂଟି ନାହିଁ ।

Leave A Reply

Your email address will not be published.

5 × three =