pakka

ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜମିବାଡି କଳହକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଲିଅନ୍ତା ଥାନା ଅନ୍ତର୍ଗତ ସରକଣାରେ ଜମିବାଡି ବିକ୍ରି ବାବଦରେ ମିଳିଥିବା କମିଶନ୍‌ ଟଙ୍କାକୁ ନେଇ କଳହ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତମାନେ ବୋମା ଫିଙ୍ଗି ଗଣ୍ଡଗୋଳ ସୃଷ୍ଟି କରିଥିବା ଜଣାପଡିଛି । ଏହି ବୋମା ମାଡ ଯୋଗୁଁ ଏକ ଟିଣ ଘର ଉଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ବାଲିଅନ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.

8 + nine =