pakka

କରୋନାର ତୃତୀୟ ତରଙ୍ଗ ଦ୍ୱାରା ଅଧିକ ପିଲା ଆକ୍ରାନ୍ତ ହେବେ କି : ଆସନ୍ତୁ ଜାଣିବା ଏମ୍‌ସ୍‌ର ସେରୋ ସର୍ଭେର ତଥ୍ୟ

bbehera

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ୍‌)ର ନେତୃତ୍ୱରେ ଦେଶର ୫ଟି ଡାକ୍ତରଖାନା ଦ୍ୱାରା କରାଯାଇଥିବା ସେରୋ ସର୍ଭେର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, କରୋନାର ଦ୍ୱିତୀୟ ତରଙ୍ଗରେ ବୟସ୍କମାନଙ୍କ ସହିତ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ସଂକ୍ରମିତ ହୋଇଥିଲେ । ତେବେ, ତୃତୀୟ ତରଙ୍ଗରେ ଅଧିକ ପିଲା ସଂକ୍ରମିତ ହେବାର ଆଶଙ୍କାକୁ ଏମ୍‌ସ୍‌ ଖାରଜ କରିଦେଇଛି । ରିପୋର୍ଟ ଅନୁଯାୟୀ, ୨ ବର୍ଷରୁ ୧୭ ବର୍ଷ ବୟସର ୫୫.୭ ପ୍ରତିଶତ ପିଲାଙ୍କଠାରେ କରୋନା ଭୂତାଣୁ ଆଣ୍ଟିବଡି ମିଳିଛି । ଏଥି ସହିତ, ବୟସ୍କ ଜନସଂଖ୍ୟାରେ ୬୩.୫ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ ଆଣ୍ଟିବଡି ମିଳିଥିଲା ।

ସେରୋ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ଯେଉଁମାନଙ୍କ ପରୀକ୍ଷା କରଯାଇଥିଲା ସେମାନଙ୍କ ମଧ୍ୟରୁ ୫୫.୭ ପ୍ରତିଶତ ଶିଶୁ ଏବଂ ୬୩.୫ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ, କରୋନାରୁ ସୁସ୍ଥ ହେଉଥିବା ଶିଶୁ ଏବଂ ବୟସ୍କଙ୍କ ପ୍ରତିଶତରେ ଅଧିକ ପାର୍ଥକ୍ୟ ନାହିଁ । ଏହି ସର୍ଭେରେ ଗୋଟିଏ ଜିନିଷ ମଧ୍ୟ ଦେଖିବାକୁ ମିଳିଥିଲା ​​ଯେ, ୭୬.୯୨ ପ୍ରତିଶତ ପିଲାଙ୍କର ସେରୋ-ପଜିଟିଭ୍ ଥିବା ସଂକ୍ରମଣର କୌଣସି ଲକ୍ଷଣ ନଥିଲା । ଏହି ଅଧ୍ୟୟନ ଉପରେ ଆଧାର କରି, ଏମ୍‌ସ୍‌ ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ଅଧିକ ସାଂଘାତିକ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛି ।

Leave A Reply

Your email address will not be published.

14 − 8 =