pakka

ଯଦି ଫୁସଫୁସକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡ଼ିକୁ କେବେ ବି ଖାଆନ୍ତୁ ନାହିଁ : ଫୁସଫୁସରେ କ୍ଷତି ହୋଇପାରେ

ସନ୍ତୁଳିତ ଖାଦ୍ୟ ଫୁସଫୁସକୁ ସୁସ୍ଥ ରଖିବା ସହିତ ଶରୀରକୁ ବଳିଷ୍ଠ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଖାଦ୍ୟ ସମୂହରୁ ବିଭିନ୍ନ ଖାଦ୍ୟ ଖାଇବା ଉଚିତ । ମାତ୍ର ଧୂମପାନ ସହିତ କିଛି ଜିନିଷ ରହିଛି, ଯାହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଶରୀର ସର୍ବଦା ସୁସ୍ଥ ରହିବା ଆବଶ୍ୟକ କରେ । ଯଦି ଫୁସଫୁସ ସଠିକ୍ ଭାବରେ କାର୍ୟ୍ୟ ଜାରି ରଖେ, ତେବେ ଫୁସଫୁସରୁ ଫିଲ୍ଟର ହେବା ପରେ ଅମ୍ଳଜାନ ଶରୀରରେ ପହଞ୍ଚେ । ଏଣୁ ଫୁସ୍‌ଫୁସ୍‌ର ଯତ୍ନ ନେବା ଏକାନ୍ତ ଅପରିହାର୍ୟ୍ୟ ବୋଲି ମେଡ଼ିକାଲ ସାଇନ୍ସରେ କୁହାଯାଇଛି ।

ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ, ପ୍ରକ୍ରିୟାକୃତ ମାଂସ ଫୁସଫୁସ ପାଇଁ ହାନୀକାରକ, କାରଣ ନାଇଟ୍ରାଇଟ୍ ନାମକ ଏକ ଉପାଦାନ ଏହାକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ହୋଇଥାଏ । ଏହା ଫୁସଫୁସରେ ପ୍ରଦାହ ଏବଂ ଟେନସନ ସୃଷ୍ଟି କରିପାରେ । ଏହାର ସେବନ ଫୁସ୍‌ଫୁସ୍‌ ପାଇଁ ହାନୀକାରକ ହୋଇଥାଏ ।

ଅତ୍ୟଧିକ ମଦ୍ୟପାନ କରିବା ଯକୃତ ଏବଂ ଫୁସଫୁସ ପାଇଁ କ୍ଷତିକାରକ । ମଦ୍ୟପାନରେ ଥିବା ସଲଫାଇଟ୍ ଆଜମା ଲକ୍ଷଣକୁ ବଢ଼ାଇପାରେ ଏବଂ ଇଥାନଲ୍ ଫୁସଫୁସରେ ଥିବା କୋଷକୁ ପ୍ରଭାବିତ କରିଥାଏ । ଯଦି ଅଧିକ ମଦ୍ୟପାନ କରାଯାଏ, ତେବେ ନିମୋନିଆ ଏବଂ ଫୁସଫୁସ ଜନିତ ଅନ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ । ଏଣୁ ଅତ୍ୟଧିକ ମଦ୍ୟପାନ ଫୁସଫୁସ ପ୍ରତି ବିପଦ ହୋଇପାରେ ।

ଫୁସଫୁସକୁ ସୁସ୍ଥ ରଖିବାକୁ ହେଲେ ନାନାଦି ମିଠା ପାନୀୟ ବଦଳରେ ପାଣି ପିଇବା ଉଚିତ । ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ, ବୟସ୍କମାନେ ଅଧିକ ମିଠା ପାନୀୟ ପିଇଲେ ବ୍ରୋଙ୍କାଇଟିସ୍ ହେବାର ସମ୍ଭାବନା ଥାଏ ଏବଂ ପିଲାମାନଙ୍କୁ ଆଜ୍‌ମା ହେବାର ସମ୍ଭାବନା ଥାଏ ।

ଧୂମପାନ ଫୁସଫୁସ ପାଇଁ କ୍ଷତିକାରକ ହୋଇପାରେ ସର୍ବଦା । ଏଣୁ ଧୂମପାନକୁ ବର୍ଜନ କରିବା ବିଧେୟ ।

ଅଳ୍ପ ଲୁଣ ସ୍ୱାଦ ଯୋଗାଏ । କିନ୍ତୁ ଅଧିକ ଖାଇବା ଫୁସଫୁସ ପାଇଁ ବିପଦଜନକ ହୋଇପାରେ । ଯେଉଁମାନେ ଅଧିକ ଲୁଣ ଖାଆନ୍ତି, ସେମାନଙ୍କୁ କ୍ରନିକ୍ ବ୍ରୋଙ୍କାଇଟିସ୍ ହେବାର ସମ୍ଭାବନା ଅଧିକ ଏବଂ ଏକ ଉଚ୍ଚ ସୋଡିୟମ୍ ଡାଏଟ୍ ଆଜମା ଲକ୍ଷଣକୁ ବଢ଼ାଇପାରେ ।

କ୍ଷୀର, ପନିର ଇତ୍ୟାଦି ଦୁଗ୍ଧଜାତ ଦ୍ରବ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ସହିତ, ଏହା ଫୁସଫୁସକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଏହାକୁ ଅଧିକ ସେବନ କରାଯାଏ, ତେବେ ଶ୍ୱାସ ସମସ୍ୟା ହୋଇପାରେ ବୋଲି କୁହାଯାଏ ।

Leave A Reply

Your email address will not be published.

2 × 5 =