ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ପଛରେ ପକାଇଲା ଦୈନିକ ଆରୋଗ୍ୟ ସଂଖ୍ୟା

  • ଲଗାତର ତିନିଦିନ ହେଲା ଦୈନିକ ନୂଆ ମାମଲା ୩ ଲକ୍ଷଠାରୁ କମ
  • ଗତ ୨୪ ଘଣ୍ଟାରେ ସର୍ବାଧିକ ୨୦ ଲକ୍ଷ ନମୁନା ପରୀକ୍ଷା ହୋଇଛି, ଯାହା ଏକ ବିଶ୍ୱ ରେକର୍ଡ
  • ଦୈନିକ ପଜିଟିଭ ହାର ୧୩.୩୧%କୁ ଖସିଲା
  • ଏ ପର୍ୟ୍ୟନ୍ତ ୧୮-୪୪ ବୟସ ବର୍ଗର ୬୪ ଲକ୍ଷରୁ ଅଧିକ ହିତାଧିକାରୀ ନେଲେଣି କରୋନା ଟିକା

ନୂଆଦିଲ୍ଲୀ, (ପିଆଇବି) : ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ନୂଆ ମାମଲାକୁ ଦୈନିକ ଆରୋଗ୍ୟ ସଂଖ୍ୟା ପଛରେ ପକାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୯,୮୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭାରତର ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨,୧୯,୮୬,୩୬୩ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇ ୮୬.୨୩% ଛୁଇଁଛି ।

ନୂଆ ଆରୋଗ୍ୟ ମାମଲାରେ ୧୦ ରାଜ୍ୟର ଅଂଶ ୭୪.୯୪% ରହିଛି । ଏହି ସକାରାତ୍ମକ ଧାରା ବଳବତ୍ତର ରହିଛି ଏବଂ ଲଗାତର ୩ ଦିନ ହେଲା ଦେଶରେ ୩ ଲକ୍ଷରୁ କମ ନୂଆ ମାମଲା ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ ୨,୬୭,୩୩୪ ନୂଆ ମାମଲା ପଂଜିକୃତ ହୋଇଛି ।

ଦୈନିକ ନୂଆ ମାମଲାରେ ୧୦ ରାଜ୍ୟର ଅଂଶ ୭୪.୪୬% ରହିଛି । ତାମିଲନାଡୁରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୩,୦୫୯ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ପଛକୁ କେରଳରେ ୩୧,୩୩୭ ନୂଆ ମାମଲା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ, ଭାରତର ମୋଟ ସକ୍ରିୟ ମାମଲା ଆଜି ୩୨,୨୬,୭୧୯କୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ନିଟ ସକ୍ରିୟ ମାମଲା ୧,୨୭,୦୪୬ ହ୍ରାସ ପାଇଛି ।

ଦେଶର ମୋଟ ପଜିଟିଭ ମାମଲାର ଏହା ଏବେ ୧୨.୬୬% ରହିଛି । ଭାରତର ମୋଟ ସକ୍ରିୟ ମାମଲା ମଧ୍ୟରୁ ୮ଟି ରାଜ୍ୟରେ ୬୯.୦୨% ରହିଛି ।

ଗତ ୨୪ ଘଣ୍ଟାରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି (ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା), ଯେବେ କି ଦୈନିକ ପଜିଟିଭ ହାର ୧୩.୩୧%କୁ ହ୍ରାସ ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୨୦.୦୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ଏବଂ ଏହା ଏକ ବିଶ୍ୱ ରେକର୍ଡ ମଧ୍ୟ । ଦେଶରେ ଏ ପର୍ୟ୍ୟନ୍ତ ୩୨ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି ।

ନିମ୍ନରେ ଦିଆଯାଇଥିବା ରେଖାଚିତ୍ର ଭାରତର ବର୍ଦ୍ଧିତ ନମୁନା ପରୀକ୍ଷା ତଥ୍ୟକୁ ଦର୍ଶାଉଛି । ଦେଶର ମୋଟ ପଜିଟିଭ ହାର ଏବେ ୭.୯୬% ରହିଛି । ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ୟ୍ୟାୟ ଅଧୀନରେ ଦେଶରେ ପରିଚାଳିତ ହୋଇଥିବା ମୋଟ କୋଭିଡ-୧୯ ଟିକାକରଣ ସଂଖ୍ୟା ଆଜି ୧୮.୫୮ କୋଟିରେ ପହଞ୍ଚିଛି ।

ଆଜି ସକାଳ ୭ଟା ପର୍ୟ୍ୟନ୍ତ ଉପଲବ୍ଧ ପ୍ରାଥମିକ ରିପୋର୍ଟ ମୁତାବକ ୨୭,୧୦,୯୩୪ ସେସନ ଜରିଆରେ ମୋଟ ୧୮,୫୮,୦୯,୩୦୨ ଟିକା ଡୋଜ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୯୬,୭୩,୬୮୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୬୬,୫୯,୧୨୫ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ ନେଇସାରିଛନ୍ତି । ୧,୪୫,୬୯,୬୬୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଥିବା ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୮୨,୩୬,୫୧୫ ରହିଛି । ୧୮-୪୪ ବୟସ ବର୍ଗର ୬୪,୭୭,୪୪୩ ହିତାଧିକାରୀ ପ୍ରଥମ ଡୋଜ ନେଇସାରିଲେଣି । ସେହିଭଳି ୪୫ରୁ ୬୦ ବର୍ଷ ବୟସ ବର୍ଗର ୫,୮୦,୪୬,୩୩୯ ହିତାଧିକାରୀ ପ୍ରଥମ ଡୋଜ ଓ ୯୩,୫୧,୦୩୬ ଜଣ ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଅଧିକ ବୟସ ବର୍ଗର ୫,୪୮,୧୬,୭୬୭ ପ୍ରଥମ ଡୋଜ ନେଇସାରିଥିବା ବେଳେ ଦ୍ୱିତୀୟ ଡୋଜ ନେଇଥିବା ହିତାଧିକାରୀ ସଂଖ୍ୟା ୧,୭୯,୭୮,୭୨୪ ରହିଛି ।

Leave A Reply

Your email address will not be published.

four × one =

error: Content is protected !!