ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ

• ରାଜ୍ୟରେ ରିଲିଫ କାର୍ୟ୍ୟର ଅଗ୍ରଗତି ବୁଝିଲେ ପ୍ରଧାନମନ୍ତ୍ରୀ
• ଗୁଜରାଟବାସୀଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
• ରାଜ୍ୟରେ ତୁରନ୍ତ ରିଲିଫ କାର୍ୟ୍ୟ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା
• କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ପଠାଇବେ ରାଜ୍ୟକୁ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ
• ବାତ୍ୟା ତାଉତେ ଦ୍ୱାରା ଦେଶର ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ପ୍ରଦାନ କରାଯିବ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା
• କେନ୍ଦ୍ରକୁ କ୍ଷୟକ୍ଷତିର ଆକଳନ ପଠାଇବା ପରେ ରାଜ୍ୟଗୁଡିକୁ ପ୍ରଦାନ କରାଯିବ ତତ୍କାଳ ଆର୍ଥିକ ସହାୟତା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ତା ୧୯.୫.୨୧) ବାତ୍ୟା ତାଉତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ (ଗିରି ସୋମନାଥ)ର ଉନା, (ଅମରେଲୀ)ର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ୟ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।
ଗୁଜରାଟ ପାଇଁ ସେ ରିଲିଫ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ତତ୍କାଳ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପରେ ପରେ କେନ୍ଦ୍ର ସରକାର ଏକ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ ପଠାଇ କ୍ଷୟକ୍ଷତି ଆକଳନର ସମୀକ୍ଷା କରିବେ । ଆକଳନକୁ ଭିତ୍ତିକରି ପରବର୍ତ୍ତୀ ସହାୟତା ପ୍ରଦାନ କରାଯିବ । ଗସ୍ତକାଳରେ ଶ୍ରୀ ମୋଦୀ କୋଭିଡ ମହାମାରୀ ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଥିଲେ । ରାଜ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ସଂକ୍ରମଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଗସ୍ତକାଳରେ ଶ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ବାତ୍ୟା ଯୋଗ୍ୟ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ତଥା ଏଥିରେ ଯେଉଁମାନେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ସରକାର ସବୁବେଳେ ସେମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଡାମନ ଏବଂ ଡିଓ, ଦାଦ୍ରା ନଗର ହାବେଳୀ କେନ୍ଦ୍ର ଶାସିତ ଅଞ୍ଚଳରେ ବାତ୍ୟା ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ ଦୁଇ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ପଚାର ହାଜର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ରାଜ୍ୟ ସରକାରମାନଙ୍କ ସହ ବାତ୍ୟା ପରବର୍ତ୍ତୀ ପରିସ୍ଥତି ନେଇ କେନ୍ଦ୍ର ସରକାର ଯୋଗାଯୋଗରେ ଅଛନ୍ତି । ସଂପୃକ୍ତ ରାଜ୍ୟ ସରକାରମାନେ କ୍ଷୟକ୍ଷତି ସଂକ୍ରାନ୍ତରେ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।
ବିପର୍ୟ୍ୟୟ ପରିଚାଳନା ନେଇ ଆମକୁ ଅଧିକ ବୈଜ୍ଞାନିକ ଅଧ୍ୟୟନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ତଃରାଜ୍ୟ ସମନ୍ୱୟ ଅଧିକ ରଖି ଆଧୁନିକ ଯୋଗାଯୋଗ ପଦ୍ଧତିରେ କ୍ଷତିଗ୍ରସ୍ତ ଅଞ୍ଚଳରୁ ଲୋକମାନଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର କରାଯିବ ତାହା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ ହେବା ଆବଶ୍ୟକ । କ୍ଷତିଗ୍ରସ୍ତ ଅଞ୍ଚଳରେ ଭଙ୍ଗା ଘର ଓ ସମ୍ପତ୍ତିବାଡିର ତୁରନ୍ତ ମରାମତି ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

Leave A Reply

Your email address will not be published.

two × 1 =

error: Content is protected !!